Odia News Portal

କୟାମତ ସେ କୟାମତ ତକ୍‌ର କିସ୍ଂ ସିନ୍‌କୁ ନେଇ ଚର୍ଚ୍ଚା

ମୁମ୍ୱାଇ :  ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଭାବରେ ପ୍ରସିଦ୍ଧ ଆମିର ଖାନଙ୍କ ଆଜି ଜନ୍ମଦିନ । ଆମିର ଆଜି ନିଜର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି । ଆମିର ଖାନ ଦେଶର ଲୋକପ୍ରିୟ ଷ୍ଟାର ମାନଙ୍କ ମଧ୍ୟରୁ ଜଣେ ।  ସାରା ବିଶ୍ୱରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି । ଆମିର ଖାନଙ୍କ ପୁରା ନାମ ମହମ୍ମଦ ଆମିର ହୁସେ୍ନ ଖାନ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆମିର ସହ ଫିଲ୍ମରେ ଅଭିନୟ ବେଳେ କିସ୍‌ ସିନ୍‌ ଦେବାକୁ ମନା କରିଦେଇଥିଲେ ଜୁହି ଚାୱଲା ।

ଆମିରଙ୍କ ପ୍ରଥମ ଫିଲ୍ମ ଥିଲା ‘ହୋଲି’ । କିନ୍ତୁ ଲିଡ୍‌ ଆକ୍ଟର ଭାବେ ଆମିରଙ୍କର ପ୍ରଥମ ଫିଲ୍ମ ଥିଲା ‘କୟାମତ ସେ କୟାମତ୍‌ ତକ୍ ’ । ଏହି ଫିଲ୍ମ ରିଲିଜ୍‌ ହେବା ପରେ ଆମିର ଓ ଜୁହି ରାତାରାତି ,ଷ୍ଟାର ହୋଇଯାଇଥିଲେ ।  ଏହାପରେ ଆମିର ଓ ଜୁହିଙ୍କର ଯୋଡ଼ିକୁ ଖୁବ୍‌ ପସନ୍ଦ କରିଥିଲେ ଲୋକେ । ଫିଲ୍ମର ଗୋଟେ ଗୋଟେ ଦୃଶ୍ୟ ଦର୍ଶକଙ୍କ ହୃଦୟରେ ରହିଯାଇଥିଲା । ସେହି ଫିଲ୍ମର ଏମିତି ଏକ ସିନ୍‌ ଥିଲା ଆମିର ଓ ଜୁହିଙ୍କର ଚୁମ୍ୱନ  ଦୃଶ୍ୟ।

କିନ୍ତୁ ଆପଣ ଜାଣନ୍ତି ଏହି କିସିଂ ସିନ୍‌ର ଦୃଶ୍ୟାୟନ ପାଇଁ କେତେ ସମସ୍ୟା ଥିଲା ? ବାସ୍ତବରେ ସ୍କ୍ରିପ୍ଟ ଅନୁଯାୟୀ , ଫିଲ୍ମରେ ଏକ ଗୀତରେ ଅକେଲ ହୈ ତୋ କ୍ୟା ଗମ୍‌ ହେ …ର ସୁଟିଂ ସମୟରେ ଜୁହି ଚାୱଲାଙ୍କୁ  ଆମିର୍‌ଙ୍କୁ  ଗାଲ ଓ ମଥାରେ  କିସ୍‌ କରିବାର ଥିଲା । କିନ୍ତୁ  ଜୁହି ଆମିରଙ୍କୁ କିସ୍‌ କରିବାକୁ ମନା କରିଦେଇଥିଲେ । ଡାଇରେକ୍ଟର ଚାହୁଁଥିଲେକି , କିସ୍‌ ଏମିତି ଆକର୍ଷଣୀୟ ହେଉ କି , ଯେମିତି ଏହା ଦର୍ଶକଙ୍କ ମନକୁ ଛୁଇଁବ ।  ହେଲେ ଜୁହିଙ୍କ ମନା କରିବା ପରେ  ଡାଇରେକ୍ଟକର  ମଂସୁର ଖାନ  ଏହି ସୁଟିଂକୁ ପାଖାପାଖି ୧୦ ମିନିଟ୍‌ ଯାଏ ବନ୍ଦ କରିଦେଇଥିଲେ ।

ଅନେକ ଚେଷ୍ଟା ପରେ ଡାଇରେକ୍ଟର ଜୁହିଙ୍କୁ ମନାଇ ଥିଲେ । ତାଙ୍କ କଥା ରଖି ଜୁହି  ଏହି ସିନ୍‌‌କୁ କରିବାକୁ ରାଜି ହୋଇଥିଲେ । ଏହାପରେ ଫିଲ୍ମର ସୁଟିଂ  ଆରମ୍ଭ କରାଯାଇଥିଲା  ।

ଆଜିବି ସେହି ଫିଲ୍ମ କୟାମତ ସେ କୟାମତ ତକ୍‌ର କିସ୍ଂ ସିନ୍‌କୁ ନେଇ ଚର୍ଚ୍ଚା ହୁଏ ।