ନୂଆଦିଲ୍ଲୀ: ରାଜନୀତିରୁ ଦୀର୍ଘ ଦିନ ଧରି ଦୂରେଇ ରହିଥିବା ନବଜୋତ ସିଂ ସିଦ୍ଧୁ ଆରମ୍ଭ କରିଛନ୍ତି ନୂଆ ଇଂନିସ । ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ସିଦ୍ଧୁ ସୋସିଆଲ ମିଡିଆରେ ଏକ ନୂଆ ଇଂନିସର ଆରମ୍ଭ କରିଛନ୍ତି । ସିଦ୍ଧୁ ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କରିଛନ୍ତି । ଦୀର୍ଘ ଦିନ ଧରି ଚୁପ ବସିବା ପଞ୍ଜାବର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ବିଧାୟକ ନବଜୋତ ସିଂ ସିଦ୍ଧୁ ସୋସିଆଲ ମିଡିଆରେ ଜୋରଦାର ରିଟର୍ଣ୍ଣ ଘୋଷଣା କରିଛନ୍ତି ।
ନବଜୋତ ସିଂ ସିଦ୍ଧୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ସିଦ୍ଧୁଙ୍କ ତରଫରୁ ଜାରି କରାଯାଇଥିବା ଏହି ନୂତନ ୟୁଟ୍ୟୁବ୍ ଚ୍ୟାନେଲ୍ ‘ଜିତେଗା ପଞ୍ଜାବ’ ବିଷୟରେ ଏକ ଭିଡିଓରେ ସେ ସ୍ୱୟଂ ବର୍ଣ୍ଣନା କରୁଛନ୍ତି । ସେ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ପଞ୍ଜାବକୁ କେବଳ ଚାରି-ପାଞ୍ଚଜଣ ଶାସକ ଦଖଲ କରିଛନ୍ତି ଏବଂ ବର୍ତ୍ତମାନ ଜନସାଧାରଣଙ୍କ ସ୍ୱରକୁ ଜୋରଦାର କରିବାକୁ ପଡିବ ।
ଏହି ଭିଡିଓରେ ସିଦ୍ଧୁ କହିଛନ୍ତି ଯେ, ସେ ଗତ କିଛି ଦିନ ଧରି ନୀରବ ଏବଂ ଆତ୍ମ-ଚିନ୍ତନ କରୁଥିଲେ କିନ୍ତୁ ବର୍ତ୍ତମାନ ସେ ଅନୁଭବ କରୁଛନ୍ତି ଯେ ପଞ୍ଜାବ ସହ ଜଡିତ ସମସ୍ତ ପ୍ରସଙ୍ଗ ଜନସାଧାରଣଙ୍କ ସହ ତଥା ତାଙ୍କ ଚ୍ୟାନେଲ ‘ଜିତେଗା ପଞ୍ଜାବ’ ମାଧ୍ୟମରେ ଯୋଗାଯୋଗ କରିବା ଅତ୍ୟନ୍ତ ଜରୁରୀ ଅଟେ । ସେ ଏହି ଚ୍ୟାନେଲ ମାଧ୍ୟମରେ ଜନସାଧାରଣଙ୍କ ସହିତ ସିଧାସଳଖ ସମ୍ୱାଦ କରିବେ ଏବଂ ସେମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଶୁଣିବେ ।
ଏଥିସହ ଏହି ଭିଡିଓରେ ନବଜୋତ ସିଂ ସିଦ୍ଧୁ ମଧ୍ୟ ଦାବି କରୁଛନ୍ତି ଯେ, ଶୀଘ୍ର ସମୟ ବଦଳିଯିବ ଏବଂ ପଞ୍ଜାବରେ ଭଲ ଅବସ୍ଥା ହେବ । ତେବେ ଏହି ଭିଡିଓରେ ନବଜୋତ ସିଂ ସିଦ୍ଧୁ ତାଙ୍କ ରାଜନୈତିକ ଭବିଷ୍ୟତ ବିଷୟରେ କିଛି କହି ନାହାଁନ୍ତି । ଜନସାଧାରଣଙ୍କ ସହ ସମ୍ୱାଦ କରିବା ପାଇଁ ସେ ଏହି ୟୁଟ୍ୟୁବ୍ ଚ୍ୟାନେଲ ଲଞ୍ଚ କରିବା କଥା କହୁଛନ୍ତି ।
