Odia News Portal

ଫୁଟବଲର୍‌ ମେସି ଲୋକଙ୍କୁ କଲେ କରୋନା ସଚେତନ

ଆର୍ଜେଣ୍ଟିନାର ଫୁଟବଲର୍‌ ଲିୟୋନଲ୍‌ ମେସି ଲୋକଙ୍କ ମଧ୍ୟରେ କରୋନା ଭୟ ଦୂର କରିବା ପାଇଁ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ସେ ଲୋକଙ୍କୁ ଅପିଲ କରି କହିଛନ୍ତି, ‘ଏହା ଦାୟିତ୍ୱ ତୁଲାଇବା ଏବଂ ଘରେ ରହିବାର ସମୟ। ଆମ ପାଇଁ ସ୍ୱାସ୍ଥ୍ୟ ହିଁ ପ୍ରାଥମିକତା ହେବା ଉଚିତ। ଏହା ପରିବାର ସହିତ ସମୟ ବିତାଇବାର ସବୁଠାରୁ ଭଲ ମଉକା। ଏମିତି ମଉକା ବହୁତ କମ୍‌ ମିଳିଥାଏ’।

ମେସି ଲୋକଙ୍କ ମନୋବଳ ବଢ଼ାଇବା ପାଇଁ ଲେଖିଥିଲେ ଯେ ‘ଏବେକା ସମୟ ସମସ୍ତଙ୍କ ପାଇଁ କଠିନ। ବର୍ତ୍ତମାନ ଯାହା ହେଉଛି, ତାହାକୁ ନେଇ ଆମେ ଚିନ୍ତିତ। ମୁଁ ପୀଡ଼ିତ ଲୋକଙ୍କ ଜୋଶ୍‌ ବଢ଼ାଇବାକୁ ଯାଇ ସେମାନଙ୍କୁ ବହୁତ ସାହସ ଏବଂ ଶକ୍ତି ପଠାଇବାକୁ ଚାହୁଁଛି’। ମେସି ସମସ୍ତ ଇଭେଣ୍ଟ ବାତିଲ କରି ବର୍ତ୍ତମାନ ନିଜ ପରିବାର ସହ ଛୁଟି କଟାଉଛନ୍ତି।