Odia News Portal

ଏହି ଫିଲ୍ମ ପାଇଁ ରଣବୀରଙ୍କୁ ମିଳିଲା ୩ ଆଓ୍ଵାର୍ଡ, ପତ୍ନୀ ଦେଲେ ଏମିତି ରିଆକ୍ସନ୍‌

ଫିଲ୍ମ ଗଲିବୟରେ ଉତ୍ତମ ପ୍ରଦର୍ଶନ ପାଇଁ ଆକ୍ଟର ରଣବୀର ସିଂହଙ୍କୁ ଲଗାତାର ଗୋଟିଏ ପରେ ଗୋଟିଏ ଆଓ୍ଵାର୍ଡ ମିଳିଚାଲିଛି। ଫିଲ୍ମ ଫେୟାର ପରେ ଏବେ ଜି ସିନେମା ଆଓ୍ଵାର୍ଡ ମଧ୍ୟ ରଣବୀର ସିଂହଙ୍କୁ ମିଳିଛି। ଏହି ଆଓ୍ଵାର୍ଡ ମିଳିବା ପରେ ରଣବୀରଙ୍କୁ ଗଲିବୟ ପାଇଁ ମୋଟ୍‌ ୩ ଟି ପୁରସ୍କାର ମିଳିଛି। ଏହି ଫିଲ୍ମ ପାଇଁ ରଣବୀରଙ୍କୁ ବେଷ୍ଟ ଆକ୍ଟର, ବେଷ୍ଟ ଅନ୍‌ସ୍କ୍ରିନ୍‌ ପେୟାର ଓ ସଙ୍ଗ ଅଫ୍‌ ଦ ଇୟର ପୁରସ୍କାରରେ ସମ୍ମାନିତ କରାଯାଇଛି।

ଏହି ପୁରସ୍କାର ସହ ରଣବୀର ନିଜର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହା ଉପରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନ୍‌ କମେଣ୍ଟ କରିଥିଲେ। ଏବେ ଏହି କମେଣ୍ଟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ରଣବୀର ସିଂହକୁ ମିଳିଥିବା ଏହି ଆଓ୍ଵାର୍ଡ ପାଇଁ ଦୀପିକା ତାକୁ ଭିନ୍ନ ଅନ୍ଦାଜରେ ଶୁଭକାମନା ଜଣାଇଛନ୍ତି। ଦୀପିକା ଲେଖିଛନ୍ତି ଯେ ‘ହାଏ, ତୁମେ କେତେ ହ୍ୟାଣ୍ଡସମ୍‌, ଓକେ ବାଏ’। ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଦୀପିକା ସ୍ୱାମୀ ରଣବୀରଙ୍କ ଫଟୋରେ ବହୁ ମଜାଳିଆ କମେଣ୍ଟ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଶୁକ୍ରବାର ଜି ସିନେ ଆଓ୍ଵାର୍ଡର ଆୟୋଜନ କରାଯାଇଥିଲା। କିନ୍ତୁ କରୋନା ପାଇଁ ଏହି ଆଓ୍ଵାର୍ଡ ଫଙ୍କସନ୍‌କୁ ବନ୍ଦ ଜାଗାରେ କରାଯାଇଥିଲା। କରୋନା ଯୋଗୁ ଏଠାକୁ ଜନସାଧାରଣଙ୍କ ଯିବାକୁ ମଧ୍ୟ ବନ୍ଦ କରାଯାଇଥିଲା। ଲୋକ ନଥିବାରୁ ଆଓ୍ଵାର୍ଡ ଶୋ’ ଏତେଟା ଆକର୍ଷଣୀୟ ଲାଗିନଥିଲା। କିନ୍ତୁ ଫିଲ୍ମ ଯୋଗୁ ମିଳିଥିବା ଏକାଧିକ ପୁରସ୍କାର ଯୋଗୁ ରଣବୀର କିନ୍ତୁ ବେଶ୍‌ ଖୁସି ଥିବା ନଜର ଆସିଥିଲା।