Odia News Portal

ବିନା ମାସ୍କରେ ବୁଲୁଥିବା ନଜର ଆସିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ବାରାଣସୀ ଗଳିରେ ରିପୋର୍ଟର ହୋଇ ବୁଲୁଥିବା ନଜର ଆସୁଛନ୍ତି। ଭିଡିଓ ଜରିଆରେ ସେ ଲୋକଙ୍କୁ ଗଳିରେ ଥିବା ଦୋକାନଗୁଡ଼ିକ ବିଷୟରେ କହୁଛନ୍ତି। ସାରାଙ୍କ ସହ ତାଙ୍କ ମା’ ଅମୃତା ସିଂ ମଧ୍ୟ ଯାଇଥିଲେ। ଦୁହେଁ ଗଙ୍ଗା ଆଳତିରେ ସାମିଲ ହୋଇଥିଲେ।

ଏହି ସମୟରେ ସାରା ଗୋଲାପି ରଙ୍ଗର ସୁଟ୍‌, ବେକରେ ମାଳା ପିନ୍ଧିଥିବା ବେଳେ ମାସ୍କ କିନ୍ତୁ ପିନ୍ଧି ନ ଥିଲେ। ସେ ଦୋକାନରୁ କିଛି କିଣିବା ବଦଳରେ ତା’ର ବ୍ରାଣ୍ଡିଂ କରୁଥିବା ଦେଖାଯାଇଥିଲା। ସାରା କମ୍‌ମେଟିକ୍‌ ଶପ୍‌, ଦହି ଦୋକାନ ଏବଂ ଚୁଡ଼ି ଦୋକାନରେ ପହଞ୍ଚି ଦୋକାନୀ ଭାଇଙ୍କୁ ଏହାର ଖାସିୟତ୍‌ ବିଷୟରେ ପଚାରିଥିଲେ। ଗଙ୍ଗା ଆଳତି ସମୟରେ ମା’ଙ୍କ ସହ ସାରା ବସିଥିବା ନଜର ଆସିଥିଲେ।