Odia News Portal

ସୋସିଆଲ ମିଡିଆରେ ଝିଅର ପ୍ରଥମ ଫଟୋ ସେୟାର କଲେ ବଲିଉଡର ଏହି ଅଭିନେତ୍ରୀ

କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ଦ୍ଵିତୀୟ ଥର ମା’ ହେବା ଖବର ଗଣମାଧ୍ୟମରେ ପ୍ରକାଶ କରି ସମସ୍ତଙ୍କୁ ବିସ୍ମିତ କରିଦେଇଥିଲେ । ଆଜକୁ ଠିକ ମାସେ ତଳେ ହିଁ ଶିଳ୍ପାଙ୍କ ଝିଅ ସମିଶାର ଜନ୍ମ ହୋଇଥିଲା । ଜନ୍ମର ଏକ ସପ୍ତାହ ପରେ ହିଁ ଶିଳ୍ପା ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଝିଅ ଜନ୍ମର ଖୁସି ଖବର ସମସ୍ତଙ୍କ ସହ ବାଣ୍ଟିବା ସହ ଝିଅର ନାଁ ସମିଶା ବୋଲି ସୂଚନା ଦେଇଥିଲେ । ଏବେ ଶିଳ୍ପାଙ୍କ ଝିଅ ମାସକର ହୋଇଗଲାଣି । ଏହି ଅବସରରେ ଶିଳ୍ପା ନିଜ ପୁରା ପରିବାର ସହ ଝିଅର ଫଟୋ ସେୟାର କରିଥିବା ନଜର ଆସିଛନ୍ତି ।

ଫଟୋ ଟିରେ ପୂରା ପରିବାର ପରସ୍ପର ସହ ହାତ ମିଳେଇଥିବା ନଜର ଆସିଛନ୍ତି । ଶିଳ୍ପା ଏକ ଭାବବିହ୍ୱଳ ଭାବେ ନିଜ ଝିଅକୁ ଶୁଭକାମନା ଦେବା ସେ ଖୁବ ଭଲପାଆନ୍ତି ବୋଲି ମଧ୍ୟ ଲେଖିଛନ୍ତି । କିଛି ଦିନ ତଳେ ଶିଳ୍ପା ନିଜ ପୁରା ପରିବାର ସହ ମୁମ୍ବାଇ ଏୟାରପୋର୍ଟରେ ଫଟୋଗ୍ରାଫରଙ୍କୁ ପୋଜ ଦେଇଥିବା ନଜର ଆସିଥିଲେ । ନବଜାତ ଝିଅକୁ କୋଳରେ ଧରି ଶିଳ୍ପା ବି ଖୁବ ଖୁସି ଥିବା ନଜର ଆସିଛନ୍ତି ।ଏକ ସାକ୍ଷାତ୍କାର ଅବସରରେ ଶିଳ୍ପା କହିଥିଲେ କି, ବିଗତ ୫ ବର୍ଷ ଧରି ସେମାନେ ଦ୍ଵିତୀୟ ସନ୍ତାନ ପାଇଁ ଚେଷ୍ଟା କରି ଆସୁଛନ୍ତି ।