ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ନିଜର ଫିଟ୍ନେସ୍ ପ୍ରତି ବହୁତ ଗୁରୁତ୍ୱ ଦେଇଥାନ୍ତି । ଯଦି ସେ ଗ୍ରାଉଣ୍ଡରେ ନଥାନ୍ତି ତ ଜିମ୍ରେ ଝାଳ ବୁହାଇବାରେ ବ୍ୟସ୍ତ ଥାନ୍ତି ।
ବିରାଟ ଅନେକ ଥର ନିଜର ଜିମ୍ ଭିଡ଼ିଓ ପୋଷ୍ଟ କରିଛନ୍ତି। ପ୍ରଶଂସକ ତାଙ୍କର ଭିଡିଓ ଦେଖି ମୋଟିଭେଟ୍ ମଧ୍ୟ ହୁଅନ୍ତି। ଆଉ ପ୍ରଶଂସା କରନ୍ତି। ଅନେକ ଥର ତାଙ୍କର ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ବିରାଟ ଏକ୍ସରସାଇଜ୍ କରିବାର ନଜର ଆସିଛନ୍ତି । କିନ୍ତୁ ଏହିଥର ବିରାଟ କୋହଲିଙ୍କର ବଡ଼ ଭାଇ ବିକାଶ କୋହଲି ଖବରରେ ରହିଛନ୍ତି । ସେ ଇନଷ୍ଟାଗ୍ରାମରେ ନିଜର ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ନିଜର ଏବ୍ସକୁ ଦେଖାଇବାର ନଜର ଆସିଛନ୍ତି ।
ବିକାଶ କୋହଲି ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟକରି କ୍ୟାପସନରେ ଲେଖିଛନ୍ତି , ‘ କାମ ଜାରି ରହିଛି …’ କହି ରଖୁଛି କି ବିକାଶ କୋହଲି ସୋସିଆଲ ମିଡ଼ିଆରେ ଖୁବ୍ ଆକ୍ଟିଭ ଥାନ୍ତି । ନିଜର ଲୁକ୍ସ ଓ ଷ୍ଟାଇଲ ପାଇଁ ସେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ବିକାଶ କୋହଲିଙ୍କ ବ୍ୟତୀତ ତାଙ୍କର ପତ୍ନୀ ମଧ୍ୟ ଖୁବ୍ ଆକ୍ଟିଭ୍ ରହୁଛନ୍ତି ସୋସିଆଲ ମିଡ଼ିଆରେ । ତାଙ୍କର ନାଁ ଚେତନା ।
ବିକାଶ ଓ ଚେତନା କୋହଲିଙ୍କର ଏକ ପୁଅ ଅଛି । ଯାହାଙ୍କ ନାଁ ଆର୍ଯ୍ୟନ କୋହଲି । ଛୋଟ ଭାଇ କୋହଲିଙ୍କ ପରି ବିକାଶ ମଧ୍ୟ ପ୍ରତିଦିନ ଜିମ୍ ଯାଆନ୍ତି ।
