ଭୁବନେଶ୍ୱର() ସାରା ବିଶ୍ୱରେ ଦ୍ରୁତଗତିରେ ବ୍ୟାପି ଚାଲିଛି ଚାଇନାରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରସ୍। ଭାରତରେ ମଧ୍ୟ ୧୨୫ ରୁ ଉର୍ଦ୍ଧ୍ବ ଲୋକଙ୍କ ରକ୍ତ ନମୁନା ପଜିଟିଭ୍ ଆସିଥିବା ବେଳେ ଓଡିଶାରେ ମଧ୍ୟ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଏହି ଭାଇରସ୍ ପାଇଁ ସାରା ଓଡ଼ିଶା ଭୟରେ ଥିବା ବେଳେ ଏକ ଗୀତ ମାଧ୍ୟମରେ ଝିଅଙ୍କୁ କରୋନା ଭାଇରସ୍ ସହ କରିଛନ୍ତି ଓଡିଶାର ସୁନାମ କଣ୍ଠଶିଳ୍ପୀ ହ୍ୟୁମାନ ତାଙ୍କର ଏକ ଗୀତ ‘ଝିଅ ନୁହେଁ ତୁ କରନା ଭାଇରସ୍’। ଏପରି ପରିସ୍ଥିତିରେ ଏଭଳି ଗୀତ ପାଇଁ ହ୍ୟୁମାନ ସାଗରଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି।
https://youtu.be/3zYWPrjftzY
ଗୀତର ଷ୍ଟୁଡିଓ ଭର୍ସନରେ ହ୍ୟୁମାନ ସାଗର ଗୀତଟିକୁ ଏକ କମେଡି ଗୀତ ବୋଲି କହିବା ସହିତ ଗୀତର ଲେଖାକୁ ତାରିଫ୍ କରୁଥିବାର ଦେଖାଯାଇଛି। ଯାହାକୁ ନାପସନ୍ଦ କରିଛନ୍ତି ସୋସିଆଲ୍ ମିଡିଆ ୟୁଜର୍। କିନ୍ତୁ ବର୍ତ୍ତମାନ ଏହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବା ସହିତ ବୁଦ୍ଧିଜୀବୀ ଏହାକୁ ସମୋଲାଚନା କରିଛନ୍ତି।
ଗୀତ ରେ କୁହାଯାଇଛି କି ଝିଅ ନୁହେଁ ତୁ କରୋନା ଭାଇରସ ତତେ ଲଭ କଲେ ହେବ ଲସ ,ଏହାକୁ ନେଇ ବିଭିର୍ଣ୍ଣ ମହିଳା ସଂଘାଠନ ତୀବ୍ର ବିରୋଧ କରିବା ସହିତ ତୁରନ୍ତ ହ୍ୟୁମାନ କ୍ଷମା ମାଗିବାକୁ ଦାବି କରିଛନ୍ତି। ସମସ୍ତେ ଚିନ୍ତିତ ଥିବାବେଳେ ଏହାକୁ ନେଇ ଶସ୍ତା ଲୋକପ୍ରିୟତା ତାହା ପୁଣି ମହାମାରୀ କରୋନା କୁ ନାରୀ ମାନଙ୍କ ସହିତ ତୁଳନା କରିବା କୁ ଘୋର ନିନ୍ଦା କରିଛନ୍ତି ସବୁ ବର୍ଗ।
