Odia News Portal

ଏହି ଫିଲ୍ମ ସହ ରହିଛି କରୋନାର ସମ୍ପର୍କ, ଦେଖନ୍ତୁ ଭିଡିଓ

ମୁମ୍ବାଇ()  ହଲିଉଡ୍ ଫିଲ୍ମ ‘କନ୍ଟାଜିୟନ୍’କୁ କରୋନା ସହ ଯୋଡ଼ାଯାଉଛି। ଆଉ ଏହାର କାରଣ ହେଲା ବର୍ତ୍ତମାନ ସମୟରେ କରୋନା ଭୂତାଣୁ ଯେପରି ସାରା ବିଶ୍ୱରେ ମହାମାରୀ ହୋଇ ବ୍ୟାପୁଛି, ସମାନ କାହାଣୀ ୨୦୧୧ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଥିଲା। ଏବେ ଫିଲ୍ମଟି ପୁଣି ଲୋକପ୍ରିୟତା ହାସଲ କରିବାରେ ଲାଗିଛି।

ସୂଚନା ଯେ, ନିର୍ଦ୍ଦେଶକ ଷ୍ଟେଭେନ୍ ସୋଡେରବର୍ଘଙ୍କ ଏକାଡେମୀ ଆୱାର୍ଡ ପ୍ରାପ୍ତ ଫିଲ୍ମ ‘କନ୍ଟାଜିୟନ୍’ରେ ଗ୍ୱିନେଥ୍ ପାଲଟ୍ରୋ, ମାଟ୍ ଡାମୋନ, ଜ୍ୟୁଡ୍ ଲ’ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର କାହାଣୀ ସ୍କଟ୍ ଜେଡ୍ ଲେଖିଥିଲେ। ଫିଲ୍ମର କାହାଣୀ ଅନୁଯାୟୀ, ଗ୍ୱିନେଥ୍ ହଙ୍ଗକଙ୍ଗରୁ ବ୍ୟବସାୟ ଜନିତ ଯାତ୍ରା ସାରି ଫେରନ୍ତି ଏବଂ ନିଜ ଅସୁସ୍ଥତାକୁ ବିମାନ ଯାତ୍ରା ଯୋଗୁ ଥକିଯାଇଥିବା କହି ଅବହେଳା କରିବସନ୍ତି। ହେଲେ ଦୁଇଦିନ ପରେ ତାଙ୍କର ମୃତ୍ୟୁ ହୋଇଯାଏ। ତେବେ ଡାକ୍ତରମାନେ ତାଙ୍କ ସ୍ୱାମୀ ମାଟ୍ଙ୍କୁ ଗ୍ୱିନେଥ୍ଙ୍କ ମୃତ୍ୟୁର କାରଣ ସ୍ପଷ୍ଟ କରିପାରନ୍ତି ନାହିଁ। ଏହା ପରେ ପରେ ଅନେକଙ୍କଠାରେ ଗ୍ୱିନେଥ୍ଙ୍କ ଭଳି ସମାନ ଲକ୍ଷଣ ଦେଖାଗଲା। ଧୀରେ ଧୀରେ ଏହି ସଂକ୍ରମଣ ସାରା ଦୁନିଆରେ ବ୍ୟାପି ବିଶ୍ୱ ମହାମାରୀର ରୂପ ନେଲା ଓ ଧ୍ୱଂସର ତାଣ୍ଡବ ରଚିଥିଲା।