Odia News Portal

ଏହି ଷ୍ଟାର ଅଭିନେତ୍ରୀ କରୋନା ଭାଇରସର ଶିକାର

ଟମ ହାଂକସଙ୍କ ପରେ ଏବେ ଆଉ ଜଣେ ହଲିଉଡ ସେଲିବ୍ରିଟି କରୋନା ଭାଇରସର ଶିକାର ହୋଇଛନ୍ତି। ଜେମ୍ସ ବଣ୍ଡଙ୍କ ‘କ୍ୱାଣ୍ଟମ ଅଫ ସୋଲେସ’ ରେ ନଜର ଆସିଥିବା ଓଲଗା କୁରିଲେଙ୍କ ଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଅଭିନେତ୍ରୀ ଜଣକ ନିଜେ ଇନଷ୍ଟାଗ୍ରାମ ପେଜରେ ନିଜ ରୋଗ ବିଷୟରେ ସୂଚନା ଦେଇଛନ୍ତି।

ଓଲଗା ଲେଖିଛନ୍ତି, ‘ରିପୋର୍ଟ ପଜିଟିଭ ଆସିବା ପରେ ଘରେ ବନ୍ଦୀ ଅଛି। ମୁଁ ପୂରା ସପ୍ତାହେ ହେବ ଅସୁସ୍ଥ ଅଛି। ମୋତେ ଜ୍ୱର ଏବଂ ଥଣ୍ଡା ହୋଇଛି। ଆପଣ ସମସ୍ତେ ନିଜର ଧ୍ୟାନ ରଖନ୍ତୁ ଏବଂ ଏହାକୁ ଗମ୍ଭୀରତାର ସହ ନିଅନ୍ତୁ’।