Odia News Portal

୨୫ବର୍ଷ ପରେ ମନ କଥା ଖୋଲି କହିଲେ ଜୁହି ଚାୱଲା

ମୁମ୍ବାଇ : ଅଭିନେତ୍ରୀ ଜୁହି ଚାୱଲା ନିଜର ଚୁଲବୁଲି ଅନ୍ଦାଜ ପାଇଁ ବର୍ଷ ବର୍ଷ ଧରି ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲେ। ଯେତେବେଳେ ଜୁହି ଚାୱଲାଙ୍କ କ୍ୟାରିୟର ଉଚ୍ଚରେ ଥିଲା ଅର୍ଥାତ୍ ୧୯୯୫ରେ ଜୟ ମେହେଟ୍ଟାଙ୍କ ସହ ବିବାହ ବନ୍ଧନରେ ସେ ବାନ୍ଧି ହୋଇଥିଲେ। ଜୁହି ଚାୱଲା ଳୁଚିଛପି ବିବାହ କରିଥିବା ବେଳେ ତାଙ୍କ ବିବାହରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ପହଞ୍ଚିଥିଲେ। ସେ ନିଜ ବିବାହକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ ବୋଲି ଜୁହି ଏକ ସାକ୍ଷାତକାରରେ ଏହା କହିଛନ୍ତି।

ଏକ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଜୁହି ଚାୱଲା କହିଛନ୍ତି ଯେ, ସେତେବେଳେ ଇଣ୍ଟରନେଟ୍ ନଥିଲା କି ଫୋନରେ କ୍ୟାମେରା ନଥିଲା । ସେହି ସମୟରେ ଜୁହି ଇଣ୍ଡଷ୍ଟ୍ରିରେ ବହୁତ ଭଲ କାମ କରୁଥିଲି । ସେ ନିଜ କ୍ୟାରିୟରକୁ ଚିନ୍ତିତ ଥିଲେ। ଏହି ସବୁ ଭିତରେ ସେ ନିଜ କ୍ୟାରିୟର ଜାରି ରଖିବାକୁ ଚାହୁଁଥିଲେ।

ଜୁହିଙ୍କ ପ୍ରେମ କାହାଣୀ ଜୟଙ୍କଠାରୁ କିପରି ଆରମ୍ଭ ହୋଇଥିଲା ସେ ବିଷୟରେ ସେ କହିଥିଲେ ଯେ, ବଲିଉଡ ଡେବ୍ୟୁ ସହିତ ତାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ସେ କହିଥିଲେ, ସାଙ୍ଗମାନଙ୍କ ସହ ଏହା ଏକ ଛୋଟ ସାକ୍ଷାତ ଥିଲା। ଯେତେବେଳେ ସେ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ ସେତେବେଳେ ଜୟଙ୍କ ସହ ସମ୍ପର୍କ ନଥିଲା । ତା’ପରେ କିଛି ବର୍ଷ ପରେ ଆମେ ପୁଣି ବନ୍ଧୁଙ୍କ ରାତ୍ରୀ ଭୋଜନରେ ଭେଟିଲୁ ଏବଂ କଥା ହେବା ଆରମ୍ଭ କଲୁ।

ଜୁହି ଆହୁରି କହିଛନ୍ତି ଯେ, ‘ସେବେଠାରୁ ମୁଁ ଯେଉଁଆଡେ ଯାଇଥିଲି ତାଙ୍କୁ ସେଠାରେ ଦେଖୁଥିଲି। ଆଉ  ସବୁବେଳେ ଫୁଲ ଏବଂ ଉପହାର ସହିତ ତାଙ୍କ ଦେଖୁଥିଲି । ମୋର ଜନ୍ମଦିନରେ, ମୋର ମନେ ଅଛି ଯେ ସେମାନେ ମୋତେ ନାଲି ଗୋଲାପରେ ପରିପୂର୍ଣ୍ଣ ଏକ ଟ୍ରକ୍ ପଠାଇଲେ । ଗୋଟିଏ ବର୍ଷ ପରେ ସେ ମୋତେ ପ୍ରପୋଜ୍ କରିଥିଲେ।

ଜୁହି ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି | ୧୯୮୪ରେ ମିସ୍ ଇଣ୍ଡିଆ ଟାଇଟଲ୍ ଜିତିବା ପରେ ସେ ଅଭିନୟରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ପରେ ସେ ‘କାୟାମତ ସେ କାୟାମତ’, ‘ବୋଲ ରାଧା ବୋଲ’, ‘ସ୍ବର୍ଗ’, ‘ହମ ହେଁ ରାହୀ ପ୍ୟାର କେ’, ‘ଡର’, ‘ୟସ୍ ବସ୍’ ଏବଂ ‘ଇଶ୍କ’ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଜୁହିଙ୍କୁ ଶେଷ ଥର ପାଇଁ ‘ଏକ ଲଡକି କୋ ଦେଖା ତୋ ଏସା ଲାଗା’ରେ ଦେଖିବାକୁ ମିଳିଥିଲା। ଜୁହି ଚାୱଲାଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ସୋନମ କପୁର, ରାଜକୁମାର ରାଓ, ଅନିଲ କପୁର ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ।