Odia News Portal

ଦୀର୍ଘଦିନ ନସିରୁଦ୍ଦିନଙ୍କ ସହିତ ଲିଭ-ଇନ୍‌ରେ ବିବାହ କରିଥିଲେ ଏହି ଅଭିନେତ୍ରୀ

ଲୋକପ୍ରିୟ ଅଭିନେତ୍ରୀ ଦୀନା ପାଠକଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ରତ୍ନା ପାଠକ। ଥିଏଟର ଠାରୁ ଆରମ୍ଭ କରି ଟିଭି ଏବଂ ଫିଲ୍ମ ପର୍ଯ୍ୟନ୍ତ ଚାରିଆଡେ ନିଜର ଅଭିନୟ ଯାଦୁ ଦେଖାଇଛନ୍ତି। ବଲିଉଡ୍‌ ଅଭିନେତ୍ରୀ ରତ୍ନା ପାଠକ ଶାହ ବୁଧବାର ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୭ ମାର୍ଚ୍ଚ ୧୮ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ ରତ୍ନା । ନିଜଠାରୁ ୧୩ ବର୍ଷ ବୟସ୍କ ବଡ଼ ଅଭିନେତା ନସିରୁଦ୍ଦିନ୍‌ ଶାହଙ୍କୁ ରତ୍ନା ୧୯୮୨ରେ ବିବାହ କରିଥିଲେ। ସେମାନଙ୍କର ପ୍ରେମ ସମ୍ପର୍କ ଜୁସ୍‌ ଦୋକାନରୁ ଆରମ୍ଭ ହୋଇଥିଲା। ମୁମ୍ବାଇରେ କ୍ୟାରିୟର ପାଇଁ ସଂଘର୍ଷ କରୁଥିବା ନସିରୁଦ୍ଦିନ୍‌ଙ୍କର ସ୍ଥାନୀୟ ଏକ ଆଖୁରସ ଦୋକାନରେ ରତ୍ନାଙ୍କ ସହିତ ପରିଚୟ ହୋଇଥିଲା। ଦୀର୍ଘଦିନ ଲିଭ୍‌ଇନ୍‌ରେ ରହିବା ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

ରତ୍ନା ନିଜ ମା’ ଦୀନାଙ୍କ ଠାରୁ ଅଭିନୟ ଶିଖିଥିଲେ। ରତ୍ନା ଫିଲ୍ମ ‘ଖୁବସୁରତ, ଗୋଲମାଲ ୩, ଲିପିଷ୍ଟିକ ଅଣ୍ଡର ମାଇଁ ବୁର୍ଖା, କପୁର ଆଣ୍ଡ ସନ୍ସ, ନିଲ ବଟେ ସନ୍ନାଟା, ଥପ୍ପଡ ଭଳି ଫିଲ୍ମରେ ନିଜର ଅଭିନୟ ଯାଦୁ ଦେଖାଇଛନ୍ତି।