Odia News Portal

ପ୍ରଥମ ଟିକଟକ୍‌ ଭିଡିଓ କଲେ ଜନି ଲିଭର

ବଲିଉଡ ଉଦ୍ୟୋଗର ସବୁଠାରୁ ମାନ୍ୟତା ପ୍ରାପ୍ତ କମେଡିଆନ ଅଭିନେତା ଜନି ଲିଭର ବହୁତ ଜଲଦି ବରୁଣ ଧବଓ୍ଵ ଏବଂ ସାରା ଅଲୀ ଖାନଙ୍କ ‘କୁଲୀ ନମ୍ବର ୧’ର ରିମେକ୍‌ରେ ନଜର ଆସିବା ପୂର୍ବରୁ ଝିଅ ଜେମୀ ଲିଭରଙ୍କ ସହ ଟିକଟକ୍‌ରେ ଏକ ଭିଡିଓ କରିଥିବାର ଦେଖିବାକୁ ମିଳିଛି। କିନ୍ତୁ ଏହି ଭିଡିଓରେ ଯେସ କୌଣସି ହାସ୍ୟ ଅଭିନୟ ନୁହେଁ ବରଂ କରୋନା ଭାଇରସ ସଚେତନ ପାଇଁ ଟିକଟକ୍‌ରେ ଏକ ଭିଡିଓ କରିଛନ୍ତି। ଜେମୀ ପୋଷ୍ଟ କରିଥିବା ଏହି ଭିଡିଓରେ ୨୦୦୨ ମସିହାର ଫିଲ୍ମ ‘ଆଓ୍ଵାରା ପାଗଲ ଦିଓ୍ଵାନା’ରେ ଏକ କମେଡି ସିନ୍‌ ଦେଖିବାକୁ ମିଳିଛି। ମୁଖ୍ୟ ସିନ୍‌ରେ ପରେସ ରାଓ୍ଵଲ ଏବଂ ଜନିଙ୍କୁ ଦେଖିବାକୁ ମିଳିଛି।

ଅଭିନେତା ଜନି ଲିଭର ଟ୍ଵିଟରରେ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ‘ମୋ ଝିଅ ମୋ ପାଇଁ ଏହା କରିଛି, ଏବଂ ମୁଁ ଏହା ଆପଣଙ୍କ ପାଇଁ କରିଛି ବାପୁ। ’ ଭିଡିଓ ପୋଷ୍ଟ କରିବା ପରେ ପରେସ ଏହି ଭିଡିଓରେ କହିଛନ୍ତି, ‘‘ହାଏ ଏଚଏଏ ଏଚଏ ଏଚଏ … ଧନ୍ୟବାଦ ଜନି ଭାଇ, ଆପଣ ଯେପରି ମୋର ପସନ୍ଦ ଏବଂ ସବୁଠାରୁ ଭଲ ମଣିଷଙ୍କ ଠାରୁ ଜଣେ, ଯାହାଙ୍କୁ ଜାଣିଛି। ଜେମୀ ଖୁସି ଏବଂ ଆନନ୍ଦର ଏକ ପ୍ରତିଭାଶାଳୀ ବଣ୍ଡଲ। ମୋର ସମ୍ବନ୍ଧ ଆପଣ ଦୁଇ ଜଣଙ୍କ ସହ ରହିଛି। ଭଗବାନ ସର୍ବଦା ଆପଣଙ୍କ ସାଥୀରେ ରୁହନ୍ତୁ।