Odia News Portal

ସାବୁନ ନା ସାନିଟାଇଜର ? କରୋନା ପାଇଁ କେଉଁଟା ସୁରକ୍ଷିତ ଜାଣନ୍ତୁ

ଭୁବନେଶ୍ୱର() କରୋନା ଭାରତ ସହ ୧୫୪ ଦେଶରେ ବ୍ୟାପି ସାରିଲାଣି । ଏପର୍ୟ୍ୟନ୍ତ ପାଖାପାଖି ୧ ଲକ୍ଷ ୪୫ ହଜାର ଲୋକ ଏହାର ଶିକାର ହୋଇସାରିଲେଣି । ତେବେ ଭାଇରସରୁ ନିଜକୁ ସୁରକ୍ଷିତ ରଖିବା ପାଇଁ କେଉଁଟି ଅଧିକ ପ୍ରଭାବୀ, ସାବୁନ ନା ସାନିଟାଇଜର ?

ୟୁନିଭର୍ସିଟି ଅଫ ସାଉଥ ୱେଲ୍ସର ପ୍ରଫେସର ପଲ ଥାର୍ଡସନ ନିଜର ମତ ପ୍ରକାଶ କରିଛନ୍ତି । ଭାଇରସକୁ ନିଜକୁ ସୁରକ୍ଷିତ ପାଇଁ ସାବୁନ ଅଧିକ ଭଲ ବୋଲି । ଭାଇରସରେ ଉପସ୍ଥିତ ଲିପିଡ଼କୁ ସାବୁନ ସହଜରେ ମାରିଦେଇଥାଏ । ସାବୁନରେ ଫେଟି ଏସିଡ ଓ ସଲ୍ଟ ଭଳି ତତ୍ୱ ରହିଛି ଯାହାକୁ ଏମ୍ପିଫାଇଲ୍ସ କୁହାଯାଏ । ଏମ୍ପିଫାଇଲ୍ସ ଭାଇରସକୁ ନିଷ୍କ୍ରିୟ କରିଦେଇଥାଏ ।

ପ୍ରାୟ ୨୦ ସେକେଣ୍ଡ ଯାଏଁ ହାତ ଧୋଇବା ଦ୍ୱାରା ଭାଇରସରେ ଉପସ୍ଥିତ ତତ୍ୱ ନଷ୍ଟ ହୋଇଯାଇଥାଏ । ଆପଣମାନେ ମଧ୍ୟ ଅନୁମାନ କରିଥିବେ ସାବୁନରେ ହାତ ଧୋଇବା ପରେ ହାତ ଟିକେ ଡ୍ରାଏ ହୋଇଯାଇଥାଏ । କାରଣ ସାବୁନ ଭିତର ଯାଏଁ ଯାଇ କୀଟାଣୁକୁ ନାଶ କରିଥାଏ ।