Odia News Portal

ଏବେ ମାସ୍କ ୧୦ ଟଙ୍କା ଓ ହ୍ୟାଣ୍ଡ ସାନିଟାଇଜର ୧୦୦ ଟଙ୍କା

ନୂଆଦିଲ୍ଲୀ : ଭାରତରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୦ରେ ପହଁଞ୍ଚିଛି। କରୋନା ଭାଇରସରୁ ରକ୍ଷା  ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି।  କେନ୍ଦ୍ର ସରକାର ସର୍ଜିକାଲ ମାସ୍କର କଳାବଜାରୀ ରୋକିବାପାଇଁ ଏକ ବଡ ଘୋଷଣା କରିଛନ୍ତି। ଉପଭୋକ୍ତା ମାମଲା, ଖାଦ୍ୟ ଓ ସାର୍ବଜନିକ ବିତରଣ ମନ୍ତ୍ରଣାଳୟ ୩ ପ୍ଲାଇ ଥିବା  ସର୍ଜିକାଲ ମାସ୍କର ମୂଲ୍ୟକୁ ୧୦ଟଙ୍କାରୁ ଅଧିକ ନରଖିବାକୁ କହିଛନ୍ତି।

ଏହା ସହିତ ୨୦୦ ମିଲିମିଟରର ହ୍ୟାଣ୍ଡ ସାନିଟାଇଜରର ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ରଖାନଯାଉ। ସେଭଳି ଅନ୍ୟ ଆକାରର ବୋତଲ ଉପରେ ମଧ୍ୟ ଏହାର ମୁଲ୍ୟ ସେହି ଅନୁପାତରେ ରଖିବାକୁ   ଉପଭୋକ୍ତା ମାମଲା ମନ୍ତ୍ରୀ ରାମବିଳାସ ପାଶଓ୍ବାନ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ୩୦ ଜୁନ୍ ୨୦୨୦ ପର୍ଯ୍ୟନ୍ତ ଏହାକୁ ସାରା ଦେଶରେ ଲାଗୁ କରାଯିବ।