Odia News Portal

କରୋନା ଭାଇରସର ଟୀକାକୁ ନେଇ ଆସିଲା ଖୁସି ଖବର

ସାରା ବିଶ୍ୱରେ ଯେଉଁଭଳି ଭାବେ କରୋନାର ଆତଙ୍କ ବଢ଼ିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ଏହାର ନିରାକରଣ ଶୀଘ୍ର ମିଳିଯାଉ ବୋଲି ପ୍ରାର୍ଥନା କରୁଛନ୍ତି। ଫଳରେ ସେମାନେ ପୂର୍ବ ପରି ସାଧାରଣ ଜୀବନଯାପନ କରିପାରିବେ। ବର୍ତ୍ତମାନ କରୋନା ଭାଇରସରୁ ମୁକ୍ତି ପାଇଁ ଡାକ୍ତରୀ ଦଳ ଏହାର ଔଷଧର ଖୋଜିବାରେ ଲାଗିପଡିଛନ୍ତି।

ଗତ ସପ୍ତାହରେ ଆମେରିକାର Modern Therapeutics କମ୍ପାନୀ କରୋନା ଭାଇରସର ଏକ ପ୍ରତିଷେଧକ ଟୀକାର ପରୀକ୍ଷା ସଂକ୍ରମିତ ମହିଳାଙ୍କ ଠାରେ କରିଥିଲା। କିନ୍ତୁ ଏହି ପରୀକ୍ଷଣର ଫଳ ଆସିବାକୁ ପ୍ରାୟ ବର୍ଷେ ଲାଗିବ ବୋଲି ଜଣାପଡ଼ିଛି। ମାତ୍ର ମନୁଷ୍ୟଙ୍କ ଠାରେ ପରୀକ୍ଷା ହେବା ପରେ ଟୀକା ଆସିବା ନେଇ ସମସ୍ତଙ୍କ ମନରେ ଏକ ଆଶା ସୃଷ୍ଟି ହୋଇଛି। ଯଦି ଫଳାଫଳ ପଜିଟିଭ ବାହାରିଲା ତେବେ ସବୁ ଆକ୍ରାନ୍ତଙ୍କ ପାଇଁ ଟୀକା ତିଆରି ଆରମ୍ଭ କରାଯିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି।

କମ୍ପାନୀ ତରଫରୁ କୁହାଯାଇଛି ଯେ ପ୍ରଥମେ ୪୫ ଜଣ ସୁସ୍ଥ ଲୋକଙ୍କ ଶରୀରରେ ଏହି ଟୀକାର ପରୀକ୍ଷଣ କରାଯିବ। ଯଦି ସେମାନଙ୍କ ଶରୀରରେ ଏହା ଠିକ ଭାବେ କାମ କରି ଇମ୍ୟୁନିଟି ସିଷ୍ଟମକୁ ମଜଭୁତ କରେ ତେବେ ଏହାକୁ ଆକ୍ରାନ୍ତଙ୍କ ଠାରେ ପ୍ରୟୋଗ କରାଯିବ। ରିସର୍ଚ୍ଚ ବେଳେ ଟୀକାର ୩ ଟି ଡୋଜ ଦିଆଯିବ। ଏହା ଦ୍ୱାରା ଶରୀରର ରୋଗ ପ୍ରତିଷେଧକ ଶକ୍ତି କେତେ ବଢୁଛି ତାହା ଜଣାପଡିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି।

ଏହି ଟୀକା ତିଆରି ସରିଥିବା ବେଳେ ଆମେରିକାର ବିଭିନ୍ନ ସେଣ୍ଟରକୁ ମଧ୍ୟ ପଠାଇ ଦିଆଯାଇଛି। ଯଦି ଟୀକାର ପରୀକ୍ଷଣ ସଫଳ ହୁଏ ତେବେ ସମଗ୍ର ମାନବ ଜାତି ପାଇଁ ଏହା ଆଶୀର୍ବାଦ ହେବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।