Odia News Portal

ବୁହାନରୁ ଆସିଲା ଆଉ ଏକ ନୂଆ ଭାଇରସ

କରୋନା ପରେ ଆଉ ଏକ ଭାଇରସ ଏବେ ମାନବ ଜାତି ପାଇଁ ମୃତ୍ୟୁର ଦୂତ ସାଜି ଆସିଛି। ଏହି ଭାଇରସର ନାଁ ହେଉଛି ହାଣ୍ଟା ଭାଇରସ। ହାଣ୍ଟା ଭାଇରସ ଯୋଗୁ ଚୀନରେ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ମଧ୍ୟ ସୂଚନା ମିଳିଛି। କରୋନାର ଜନ୍ମସ୍ଥଳ କୁହାଯାଉଥିବା ଚୀନର ବୁହାନ ସହରରେ ଜଣେ ବ୍ୟକ୍ତି ସୋମବାର ହାଣ୍ଟା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ସାନଡୋଙ୍ଗ ଫେରିବା ବାଟରେ ଚାର୍ଟର୍ଡ ବସରେ ତାଙ୍କ ମୃତ୍ୟୁ ଘଟିଛି।

ରିପୋର୍ଟ ମୁତାବକ ଚୀନରେ ମୋଟ ୩୨ ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଏହି ବ୍ୟକ୍ତିଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ପ୍ରଚାରିତ ହେବା ପରେ ସମସ୍ତେ ପ୍ରଥମେ ଏହାକୁ କରୋନା ଭାଇରସ ବୋଲି ଭାବିଥିଲେ। କିନ୍ତୁ ପରୀକ୍ଷା ପରେ ଏହା କୋଭିଡ-୧୯ ନୁହେଁ ବରଂ ଏକ ନୂଆ ଭାଇରସ ବୋଲି ଜଣାପଡ଼ିଥିଲା। ଯାହାକୁ ହାଣ୍ଟା ଭାଇରସ ବୋଲି କୁହାଯାଉଛି। ମୂଷାଙ୍କ ଠାରୁ ଏହି ରୋଗ ବ୍ୟାପୁଥିବା ପ୍ରାରମ୍ଭିକ ରିସର୍ଚ୍ଚରୁ ଜଣାଯାଇଛି।

ହାଣ୍ଟା ଭାଇରସ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଏହା ବ୍ୟାପୁଥିବା ଜଣାଯାଇଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଯଦି ଜଣେ ସୁସ୍ଥ ବ୍ୟକ୍ତି ନିଜ ଆଖି, ନାକ, କାନ କୁ ସ୍ପର୍ଶ କରେ ତେବେ ଏହା ବ୍ୟାପିବା ସମ୍ଭାବନା ରହିଛି। ଏଥିସହ ଆକ୍ରାନ୍ତଙ୍କ ମଳ, ମୂତ୍ର, କଫ ଛୁଇଁଲେ ମଧ୍ୟ ରୋଗ ବ୍ୟାପିପାରେ। ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ଏହି ଭାଇରସ ସହଜରେ ଗ୍ରାସ କରିପାରିବ ବୋଲି ଡାକ୍ତର ମତ ଦେଇଛନ୍ତି।