ଟୋକିଓ : କରୋନା ଯୋଗୁଁ ଅଲମ୍ପିକ କ୍ରୀଡାକୁ ଏକ ବର୍ଷ ଘୁଞ୍ଚାଯାଇଛି । ସାରି ବିଶ୍ୱରେ ଏବେ କରୋନା ଆତଙ୍କ ଖେଳାଇଛି । ଏଥିଯୋଗୁଁ ବିଶ୍ୱର ଅନେକ ଦେଶରେ ଲକ୍ଡାଉନ୍ ।
କେବଳ ସେତିକି ନୁହେଁ କାନାଡା ଅଲମ୍ପିକ୍ କ୍ରୀଡାକୁ ନିଜର ଖେଳାଳୀଙ୍କୁ ପଠାଇବ ନାହିଁ ବୋଲି ଘୋଷଣା କରିଥିଲା । ବିଶ୍ୱ ଆଥଲେଟ୍ ଫେଡେରେସନ୍ ଏହାକୁ ଘୁଞ୍ଚାଇ ଦେବା ପାଇଁ ଦାବି କରିଥିଲେ । ଏହାପରେ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ୍କୁ ବର୍ଷେ ଘୁଞ୍ଚାଇ ଦିଆଯାଇଛି ।
ଅଲମ୍ପିକ କମିଟି ଓ ଟୋକିଓ ଅରଗାନାଇଜିଂ କମିଟି ମିଳିତ ଭାବେ ଏକ ବିଜ୍ଞପ୍ତି ଜାରିକରିଛନ୍ତି । ୨୦୨୧ ଗ୍ରୀଷ୍ମ ଋତୁ ସୁଦ୍ଧା ଏହାକୁ ପୁଣି ଅନୁଷ୍ଠିତ କରାଯିବ ବୋଲି ସୂଚନା ଦିଆଯାଇଛି ।