Odia News Portal

ଭାରତ ଫେରିବାକୁ ଚାହୁଁଛନ୍ତି ପାକିସ୍ତାନର ଏହି ବୋଲର

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ରାଜୁତି କରୁଛି। ଏଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ଯଥା ସମ୍ଭବ ପ୍ରୟାସ କରି ନିଜ ଦେଶକୁ ଫେରିବା ପାଇଁ ଚେଷ୍ଟା ଜାରି ରଖିଛି। ତେବେ ଭାରତ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ପାକିସ୍ତାନର ପୂର୍ବତନ ଲେଗ ସ୍ପିନର ଡାନିଶ କାନେରିଆ(danish kaneria)। ଏକ ଭିଡ଼ିଓ ମାଧ୍ୟମରେ ସେ ଏହି କଥା କହିଛନ୍ତି।

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଟ୍ୟୁବରେ ଲାଇଭ ଆସି ପ୍ରଶଂସକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି କାନେରିଆ। ଲାଇଭ ଥିବା ସମୟରେ ଜଣେ ପ୍ରଶଂସକ ଭାରତ ଫେରିବାକୁ ସେ ଇଚ୍ଛା ପ୍ରକାଶ କରୁଛନ୍ତି କି ନାହିଁ ଉତ୍ତରରେ କାନେରିଆ କହିଥିଲେ କି, ମୋର ଭାରତ ଫେରିଯିବାକୁ ମନ ବ୍ୟାକୁଳ ହେଉଛି। ସେ ଆମର ଜନ୍ମଭୂମି। ଆମମାନଙ୍କର ଭଗବାନ ସେଠାରେ ରହିଛନ୍ତି ବୋଲି କହିଥିଲେ କାନେରିଆ। ଫଳରେ ଭାରତ ଫେରିଯିବାକୁ ମନ ପ୍ରବଳ ବ୍ୟାକୁଳ ହେଉଛି ବୋଲି କାନେରିଆ କହିଥିଲେ।  

ଏଠାରେ କହି ରଖୁଛୁ ଯେ, ଡାନିସ କ୍ୟାନେରିଆ ମ୍ୟାଚ ଫିକ୍ସିଂ ଅଭିଯୋଗ ପରେ ତାଙ୍କୁ ଦଳରୁ ବହିଷ୍କୃତ କରିଦିଆଯାଇଛି। ଏହା ପରେ ସେ ଟ୍ୱିଟର ମାଧ୍ୟମରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ(imran khan)ଙ୍କ ଠାରୁ ସାହାଯ୍ୟ ଲୋଡ଼ିଥିଲେ। କାନେରିଆ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଥିଲେ କି, ପାକିସ୍ତାନ କ୍ରିକେଟ ବୋର୍ଡ ମୋ ମାମଲା ଉପରେ ଧ୍ୟାନ ଦେଉନାହିଁ। ମୋ ମାମଲାରେ ଶିଥିଳତା ଅବଲମ୍ବନ କରୁଛି ବୋର୍ଡ। ମୁଁ ଜଣେ ହିନ୍ଦୁ ଭାବରେ ଗର୍ବ କରୁଛି। ଜୟ ଅମ୍ବେ ଭଗବାନ ବୋଲି ସେ ତାଙ୍କ ଟ୍ୱିଟରରେ ଉଲ୍ଲେଖ କରିଥିଲେ।

ପାକିସ୍ତାନ ପାଇଁ ୬୧ଟି ଟେଷ୍ଟ ମ୍ୟାଚ୍ ଖେଳି ଡେନିଶ୍ ମୋଟ ୨୬୧ ୱିକେଟ୍ ନେଇଛି। ଏହା ବ୍ୟତୀତ ସେ ୧୮ଟି ଦିନିକିଆ(ODI)ମଧ୍ୟ ଖେଳିଛନ୍ତି। ୨୦୧୦ରେ ସେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ବର୍ତ୍ତମାନ ସମଗ୍ର ବିଶ୍ୱ କରୋନା ଭାଇରସରେ ପୀଡିତ। କିନ୍ତୁ ପାକିସ୍ତାନରେ ମଧ୍ୟ ୧୦୦୦ରୁ ଅଧିକ ଲୋକ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ମଧ୍ୟ ପାକିସ୍ତାନରେ ତାଲା ପକାଇବାକୁ ପାକିସ୍ତାନ ସରକାରଙ୍କୁ ନିବେଦନ କରିଛନ୍ତି।