Odia News Portal

ଗୁଜବ ପ୍ରଚାର କଲେ ଅତି କଠୋର ଦଣ୍ଡ

ଭୁବନେଶ୍ୱର : ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାର ପୁଣିଥରେ କଡ଼ା ଚେତାବନୀ ଦେଇଛନ୍ତି । ଆଜି ଏଭଳି କରିଥିବା ତିନି ଜଣଙ୍କୁ ଗିରଫ କରାଯାଇଛି । ସେମାନେ ରାଜ୍ୟରେ ୧୫ ଜଣ ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି ବୋଲି ମିଛ ପ୍ରଚାର କରୁଥିଲେ ।

ଏଭଳି ସମାଜ ଓ ରାଷ୍ଟ୍ରଦ୍ରୋହୀ କାର୍ଯ୍ୟ କଲେ ତାଙ୍କ ବିରୋଧରେ ଅତ୍ୟନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ଅପରାହ୍ନ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ।