କରୋନା ଭାଇରସ ଯୋଗୁ ହୋଇଥିବା ଲକଡାଉନ ଶତାଧିକ ଦିନ ମଜୁରିଆଙ୍କ ଦାନା ଛଡ଼ାଇ ନେଇଛି। ଖଟିଖିଆ ଏବେ କାମକୁ ଯାଇ ନ ପାରି ଘରେ ହାତ ବାନ୍ଧି ବସିଛନ୍ତି। ଏହି ଲକଡାଉନ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରୀ ମଧ୍ୟ ପ୍ରଭାବିତ ହୋଇଛି। ସିନେମା ଜଗତରେ କାମ କରୁଥିବା ହଜାର ହଜାର ଲୋକ ବେରୋଜଗାର ହୋଇଯାଇଛନ୍ତି। କିଛି ଦିନ ତଳେ ବଲିଉଡ ଷ୍ଟାର ସଲମାନ ଖାନ ଏହି ଦିନ ମଜୁରିଆଙ୍କୁ ସହାୟତାର ହାତ ବଢ଼ାଇଥିବା ବେଳେ ଏବେ ଫିଲ୍ମ ନିର୍ମାତା ରୋହିତ ସେଟ୍ଟୀ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।
ରୋହିତ ସେଟ୍ଟୀ FWICE କୁ ୫୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହି ଅର୍ଥ ଜୁନିୟର ଆଟିଷ୍ଟ, କ୍ୟାମେରା ମ୍ୟାନ, ଲାଇଟ ମ୍ୟାନ, ଷ୍ଟଣ୍ଟ କଳାକାର, ସ୍ପଟ ବୟ ପ୍ରମୁଖଙ୍କୁ ଦିଆଯିବ।
FWICEର ମହାସଚିବ ଏନେଇ ସୂଚନା ଦେଇ କହିଛନ୍ତି ଯେ ରୋହିତ ସେଟ୍ଟୀଙ୍କ ଏହି ୫୧ ଲକ୍ଷ ଟଙ୍କା ବହୁ ଶ୍ରମିକଙ୍କୁ ମୁଠେ ଦାନା ଯୋଗାଇବାରେ ସହାୟକ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଫ୍ରେମସ ପ୍ରଡକ୍ଟନ ଶ୍ରମିକଙ୍କୁ ୨୫ ଲକ୍ଷ ଟଙ୍କାର ରାସନ ସାମଗ୍ରୀ ପ୍ରଦାନ କରିଛି।