Odia News Portal

ରଥଯାତ୍ରା ପାଇଁ ଆସିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ

ପୁରୀ : ବିଶ୍ବ ପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ବୁଧୁବାର ଶ୍ରୀକ୍ଷେତ୍ରରେ ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଲା ଆଠଖଣ୍ଡ ଫାଶୀକାଠ। ଏହି ଆଠଖଣ୍ଡ ଫାର୍ଶୀ କାଠକୁ ମିଶାଇ ମୋଟ ୧୩୩ ଖଣ୍ଡକାଠ ଚଳିତ ବର୍ଷ ରଥ ନିର୍ମାଣ ପାଇଁ ଆସିଛି। ଏଥିରେ ତୁମ୍ବ ତିଆରି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦେଇଛନ୍ତି ମୁଖ୍ୟ ତତ୍ତ୍ବାବଧାରକ ସୁଦର୍ଶନ ମେକାପ।

ମିଳିଥିବା ସୂଚନା ମୁତାବକ, ଚଳିତ ମାସ ୨୬ ତାରିଖ ପବିତ୍ର ଅକ୍ଷୟ ତୃତୀୟାରେ ରଥ ପାଇଁ ରଥକାଠ ଅନୁକୂଳ କରାଯିବ। ଏଥି ସହିତ କାଲି ରାମନବମୀରେ ରଥଯାତ୍ରା ପାଇଁ କାଠୁରିଆ କରତ ଖଳାକୁ ରଥକାଠ ଚିରଟ ଅନୁକୂଳ ହେବ ପାଇଁ ଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗୁରୁବାର ୧୧ଟା ସମୟରେ  ଚିରଟ ଅନୁକୂଳ ପାଇଁ କାଠୁରିଆ କରତ ଖଳାକୁ ରଥକାଠ ନେଇ ଯିବେ ଚିରଟ ଅନୁକୂଳକୁ ଯିବ ପୂର୍ବରୁ ରଥକାଠ ମାହାର୍ଦ୍ଦ ନଡ଼ିଆ ଓ ମହାପ୍ରଭୁଙ୍କ ଆଜ୍ଞାମାଲ ଯିଏ ଯିବାପରେ କାଠୁରିଆ କରତ ଖଳାକୁ ରଥକାଠ ଚିରଟ ଅନୁକୂଳ ପାଇଁ ଯିବ।