Odia News Portal

TikTok କୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି YouTube

TikTokର ଲୋକପ୍ରିୟତାକୁ ଦେଖି ଏବେ YouTube ମଧ୍ୟ Shorts ଆପ୍ ଆଣିବାକୁ ଯୋଜନା କରୁଛି। ୟୁଟ୍ୟୁବର ଏହି ନୂଆ ଆପରେ ୟୁଜର ଛୋଟ ଛୋଟ ଭିଡିଓ ତିଆରି କରି ଅପଲୋଡ଼ କରିପାରିବେ। ଟିକଟକ୍ ଆସିବା ପରେ ଏବେ ୟୁଟ୍ୟୁବ ୟୁଜର ଓ କ୍ରିଏଟିଭ ଧୀରେ ଧୀରେ ଟିକଟକକୁ ସିଫ୍ଟ ହେଉଛନ୍ତି। ଫଳରେ କିଛି ଦିନ ହେବ ଏହା କ୍ଷତିରେ ଚାଲିଛି। ଅଳ୍ପଦିନ ଭିତରେ ଅନେକ ୟୁଟ୍ୟୁବ ୟୁଜର ଟିକଟକରେ ଯୋଗ ଦେଇ ସର୍ଟ ଭିଡିଓ ତିଆରି କରି ସେୟାର କରୁଛନ୍ତି। ୟୁଟ୍ୟୁବ ନିଜ ୟୁଜର ଓ କ୍ରିଏଟିଭଙ୍କୁ ହରାଇବାକୁ ଚାହୁଁନଥିବାରୁ ଟିକଟକ୍ ଭଳି ଫିଚର ଆଣିବାକୁ ଯୋଜନା କରୁଛି।

ୟୁଟ୍ୟୁବ ସର୍ଟ ଓ ଟିକଟକ୍ ଭିତରେ ଅନେକ ଫରକ ରହିବ। ୟୁଟ୍ୟୁବ ସର୍ଟରେ ଲାଇସେନ୍ସପ୍ରାପ୍ତ ଭିଡିଓ, ଅଡିଓ ଓ ମ୍ୟୁଜିକ ରହିବ। ଫଳରେ ୟୁଜରଙ୍କୁ ଭିଡିଓ କରିବା ପାଇଁ ଲକ୍ଷ ଲକ୍ଷ ଅଲଗା ଅଲଗା କଣ୍ଟେଣ୍ଟ ମିଳିବ।