Odia News Portal

ପ୍ରଥମ ଥର ପାଇଁ ବାତିଲ ହେଲା ଏହି ପ୍ରତିଯୋଗିତା

ଦିନକୁ ଦିନ ବଢି ଚାଲିଥିବା କରୋନା ଭାଇରସର ମାରାତ୍ମକ ପ୍ରଭାବକୁ ନଜରରେ ରଖି ଟେନିସର ସବୁଠାରୁ ବଡ ତଥା ପ୍ରତିଷ୍ଠିତ ପ୍ରତିଯୋଗିତା Wimbledonକୁ 1 ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି। ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତାକୁ ରଦ୍ଦ କରି ଦିଆଯାଇଛି ।

ଏବେ ଏହାର ଆୟୋଜନ 2021 ଜୁନ 28ରୁ ଜୁଲାଇ 11 ମଧ୍ୟରେ କରାଯିବ । କହି ରଖୁଛୁ, ଚଳିତ ବର୍ଷ Wimbledon ଟେନିସ ପ୍ରତିଯୋଗିତା ଜୁନ 29ରୁ ଆରମ୍ଭ ହେବାର ଥିଲା ।

The All England Lawn Tennis and Crochet Club ତରଫରୁ କୁହାଯାଇଛି, Wimbledon ରଦ୍ଦ ହେବା, ସମସ୍ତଙ୍କୁ ନିରାଶ କରିବ, କିନ୍ତୁ କରୋନାର ପ୍ରକୋପକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଆୟୋଜକଙ୍କ ଅନୁସାରେ, ବର୍ତ୍ତମାନ ସମୟରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହାକୁ ଦେଖି ଟୁର୍ଣ୍ଣାମେଣ୍ଟ କରିବା ସମ୍ଭବ ନୁହେଁ ।