Odia News Portal

କୋଭିଡ-୧୯ ବିରୋଧୀ ଲଢ଼େଇ ପାଇଁ ଆର୍‌ବି ପକ୍ଷରୁ ୩୨ଅୟୁତର ଘୋଷଣା

ଭୁବନେଶ୍ୱର : ବିଶ୍ୱର ଅଗ୍ରଣୀ ଉପଭୋକ୍ତା ସ୍ୱାସ୍ଥ୍ୟ ଓ ପରିମଳ କମ୍ପାନୀ ଆରବି, ପକ୍ଷରୁ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ, ପରିମଳ ଏବଂ ପୋଷଣର ପହକୁ ବିକଶିତ କରାଇବା ପାଇଁ ‘ଆର୍‌ବି ଫାଇଟ ଫର ଆକେସେସ୍ ଫଣ୍ଡ’ର ଶୁଭାରମ୍ଭ କରାଯାଇଛି । ଏହି ଫଣ୍ଡର ଏକ ଅଂଶ ଭାବେ ଏହି ଦ୍ରୁତ ପ୍ରସାରିତ ସଂକ୍ରମଣର ଧାରାକୁ ଭାଙ୍ଗି କୋଭିଡ-୧୯ର ବିସ୍ତାର ବିରୁଦ୍ଧରେ ଜରୁରୀ ସାମୁହିକ ସଂଗ୍ରାମକୁ ସମାଧାନ କରିବା ପାଇଁ ଅତିରିକ୍ତ ୩୨ଏମ ସଂଗ୍ରହ କରାଯାଇଛି ।
ର୍ବମାନର ଦୃଶ୍ୟଲେଖରେ ସଚେତନତା ଓ ଉପଲବ୍ଧତାକୁ ସବୁଠାରୁ ବଡ଼ ଆହ୍ୱାନଭାବେ ଚିହ୍ନଟ କରି ଆର୍‌ବି ଇଣ୍ଡିଆ ଉକ୍ତ ପାଣ୍ଠିର ଉପଯୋଗ କରି ଅନେକ କାର୍ଯ୍ୟକଳାପ ଆରମ୍ଭ କରିଛି ଏବଂ ଉତ୍ପାଦ ବିତରଣ ଓ ସୂଚନା ପ୍ରଦାନରେ ଉପଭୋକ୍ତାଙ୍କର ଯୋଗଦାନ ଉପରେ ଧ୍ୟାନକେନ୍ଦ୍ରିତ କରିଛି । ଏହି କାର୍ଯ୍ୟକଳାପ ଗୁଡ଼ିକ ମଧ୍ୟରେ ଭାରତର ଦୁର୍ବଳ ସମୁଦାୟଗୁଡ଼ିକ ମଧ୍ୟରେ ୧୦ ଅୟୁତ ଡେଟଲ ସାବୁନ୍ ବନ, ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀମାନଙ୍କ ମଧ୍ୟରେ ୩.୫ ନିୟୁତ ଏନ୍‌୯୫ (ମେଡିକାଲ ଗ୍ରେଡ) ମାସ୍କ ବନ ଆଦି ସାମିଲ ରହିଛି, ଯେବେକି ସଠିକ ହାତ ପରିଷ୍କାର ଅଭ୍ୟାସର ପ୍ରୋତ୍ସାହନ ପାଇଁ ଉଦ୍ଧିଷ୍ଟ ସଚେତନତା ଅଭିଯାନ, ଧ୍ୟାନର କେନ୍ଦ୍ରବିନ୍ଦୁ ରହିବ ।

ଭାରତୀୟ ରାଜ୍ୟଗୁଡ଼ିକରେ ଆଗଧାଡ଼ିର ସ୍ୱାସ୍ଥ୍ୟ ଓ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ଏବଂ ଜନସ୍ୱାସ୍ଥ୍ୟ ସଂଗଠନଗୁଡ଼ିକୁ ସମର୍ଥନ କରିବା ପାଇଁ ଲାଇଜଲ୍ ଓ ହାର୍ପିକ ସମେତ ଏକ ଅୟୁତ ଲିଟର ଅଣସଂକ୍ରମିତ ଉତ୍ପାଦ ବିତରଣ କରାଯିବ । ବାଇକର୍‌ସ ଫର ଗୁଡ୍‌ର ସହଯୋଗୀତାରେ ଡେଟଲ କୋଭିଡ-୧୯ର ଏହି ଦ୍ରୁତ ବିସ୍ତାର ସମୟରେ ହାସ୍‌ଟ୍ୟାଗ ହାଣ୍ଡ ୱାଶ କରୋନା ଭଳି ଏକ ଜନ ସ୍ୱାସ୍ଥ୍ୟ ଅଭିଯାନର ଶୁଭାରମ୍ଭ କରିଛି । ଦର୍ଶକମାନଙ୍କୁ ହାତ ଧୋଇବା ଅଭ୍ୟାସ କରିବା ଦିଗରେ ପ୍ରୋତ୍ସାହିତ କରିବା ନିମନ୍ତେ ଡେଟଲ ବଲିଉଡର ଆଗଧାଡ଼ିର ଅଭିନେତ୍ରୀ ମାଧୁରୀ ଦିକ୍ଷିତଙ୍କ ସହଯୋଗୀତାରେ ଏକ ଜନ ସ୍ୱାସ୍ଥ୍ୟ ସେବା ଘୋଷଣା ହାସ୍‌ଟ୍ୟାଗ ଆପ୍‌ନି ସୁରକ୍ଷା ଆପ୍‌ନେ ହାଥ୍‌ର ଶୁଭାରମ୍ଭ କରିଛି ।

ଏହା ସମ୍ପର୍କରେ ଲକ୍ଷ୍ମଣ ନରସିହ୍ମା, ଆରବିର ଗ୍ଳୋବାଲ ସିିଇଓ କହିଛନ୍ତି ଯେ, “ଆମର ଉପଭୋକ୍ତାଙ୍କର ଜୀବନରେ ଏକ ଉପକରଣଗତ ପ୍ରଭେଦ ଆଣିବାରେ ଆମର ୨୦୦ ବର୍ଷର ଇତିହାସ ରହିଛି । ବମାନର କୋଭିଡ-୧୯ ମହାମାରୀ ବିରୋଧରେ ସଂଗ୍ରାମରେ ସ୍ୱାସ୍ଥ୍ୟ ଓ ପରିମଳକୁ ଆଗେଇନେବା ଦିଗରେ ଆମର ବ୍ରାଣ୍ଡକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ତୁଲାଇବାର ଅଛି । ବିଶ୍ୱକୁ ଅଧିକ ପରିଷ୍କାର ଏବଂ ସୁସ୍ଥ କରିବା ଦିଗରେ ଆରବି ସଂଗଠନର ‘କରିପାରିବୁ’ ମନୋଭାବ ଏବଂ ମୋର ସହକର୍ମୀଙ୍କ ଦ୍ୱାରା ନିରନ୍ତର ପ୍ରୟାସ ଦେଖି ମୁଁ ବିସ୍ମିତ ।

ଆମେ ଅଭ୍ୟାସ ପରିର୍ବନର ପରିଚାଳନା ଦିଗରେ ସରକାରଙ୍କର ସହିତ ସହଯୋଗିତା ଏବଂ ଆମର ଡେଟଲ ବିଏସଆଇ ଅଭିଯାନ ମାଧ୍ୟମରେ ଏହି ସହଯୋଗୀତାର ସମର୍ଥନ କରିବା ଜାରି ରଖିବୁ ।”