Odia News Portal

ସାମ୍ନାକୁ ଆସିଲା ପଞ୍ଚମ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବିବରଣୀ

ଭୁବନେଶ୍ୱର : ସାମ୍ନାକୁ ଆସିଲା ପଞ୍ଚମ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବିବରଣୀ, ସ୍ୱାସ୍ଥ୍ୟ ଖରାପ ହେବ ସମୟରେ ସେ କେଉଁଠିକି ଯାଇଛନ୍ତି ଓ କେଉଁ ହସ୍ପିଟାଲ୍ରେ ଚିକିତ୍ସା କରାଇଛନ୍ତି ସେସବୁର ରିପୋର୍ଟକୁ ସାର୍ବଜନୀନ କରିଛନ୍ତି ରାଜ୍ୟସରକାର ।ପଞ୍ଚମ ଆକ୍ରାନ୍ତ ପ୍ରଥମେ ଥଣ୍ଡାରେ ପୀଡ଼ିତ ହୋଇ ମାର୍ଚ୍ଚ ୫ ତାରିଖରେ ସୂର୍ଯ୍ୟନଗରରେ ଥିବା ମହଶକ୍ତି କ୍ଲିନିକକୁ ଚିକିତ୍ସା ଲାଗି ଯାଇଥିଲେ।ଏହା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ନହେବାରୁ ଏବଂ ପ୍ରବଳ କଫ ହେବାରୁ ପୁଣି ଥରେ ସେ ମାର୍ଚ୍ଚ ୧୨ ତାରିଖରେ ସେହି ମହାଶକ୍ତି କ୍ଲିନିକକୁ ଯାଇଥିଲେ । କିଛି ମେଡ଼ିସିନରେ ଟିକେ ଆସ୍ୱସ୍ଥି ଲାଗିବାରୁ କିଛି ଦିନ ଭଲରହିଲେ ।

ପୁଣି ନିଃଶ୍ୱାସପ୍ରଶ୍ୱାସ ନେବାରେ ତାଙ୍କର ଅସୁବିଧା ହେବାରୁ ମାର୍ଚ୍ଚ ୨୭ ତାରିଖ ଦିନ ସେ ସମ ହସ୍ପିଟାଲର ଓପିଡିକୁ ପାଇଁ ଚିକିତ୍ସା ପାଇଁ ଯାଇଥିଲେ । ମାର୍ଚ୍ଚ ୨୮ ତାରିଖ ଦିନ ଭୁବନେଶ୍ୱର ଏମ୍ସକୁ ଯାଇଥିଲେ ଏବଂ ଓପିଡିରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଘରକୁ ଫେରିଥିଲେ । ଏହାପରେ ପୁଣି ୩୧ ତାରିଖ ଦିନ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଏମ୍ସରେ ଚିକିତ୍ସାଲାଗି ଭର୍ତ୍ତି ହୋଇଥିଲେ। ସେହିଦିନ ତାଙ୍କର ସ୍ୱାବ ଓ ରକ୍ତ ପରୀକ୍ଷା ପାଇଁ ରଖାଗଲା । କିନ୍ତୁ ଏପ୍ରିଲ ପହିଲାରେ ତାଙ୍କର covid -19 ପଜେଟିଭ ଆସିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।