ଭାରତରେ ନଭେମ୍ବରରେ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପକୁ କରୋନା ଭାଇରସ ଯୋଗୁ ସ୍ଥଗିତ କରାଯାଇଛି। ଏନେଇ ଫିଫା କନଫେଡରେସନ ୱାର୍କିଂ ଗ୍ରୁପ ସୂଚନା ଦେଇଛି। ଏହି ବିଶ୍ୱକପ ନଭେମ୍ବର ୨ରୁ ୨୧ ତାରିଖ ପର୍ଯ୍ୟନ୍ତ ଦେଶର ୫ଟି ସ୍ଥାନରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହୋଇଥିଲା। ଫିଫା କନଫେଡରେସନ ୱାର୍କିଂ ଗ୍ରୁପର ସୂଚନାନୁଯାୟୀ ଫିଫା ଅଣ୍ଡର-୨୦ ମହିଳା ବିଶ୍ୱକପ ପନାମା/କୋଷ୍ଟା ରିକା ୨୦୨୦ କୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି। ନୂଆ ତାରିଖ ସମ୍ପର୍କରେ ଖୁବଶୀଘ୍ର ସୂଚନା ଦିଆଯିବ।
ସୂଚନାଯୋଗ୍ୟ ଯେ ଫିଫା କନଫେଡରେସନ ୱାର୍କିଂ ଗ୍ରୁପରେ ଫିଫା ପ୍ରଶାସନ ଓ ସଚିବ ଜେନେରାଲଙ୍କ ସମେତ ସମସ୍ତ ସଂଘର ଉପରିସ୍ଥ ଅଧିକାରୀ ସାମିଲ ଅଛନ୍ତି। ଫିଫା କନଫେଡରେସନ ୱାର୍କିଂ ଗ୍ରୁପର କହିବାନୁସାରେ ସମସ୍ତଙ୍କ ସହମତିରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରକାଶ ଯେ କରୋନା ଭାଇରସ ଯୋଗୁ ପ୍ରାୟ ୧୦ଲକ୍ଷରୁ ଊର୍ଦ୍ଧ୍ଵ ଲୋକ ପ୍ରଭାବିତ ହୋଇଛନ୍ତି।