Odia News Portal

ଏଣିକି ଦୋକାନୀ ମାନେ ଗୁରୁତ୍ୱ ଦେବେ ସାମାଜିକ ଦୂରତା ଉପରେ

ଭୁବନେଶ୍ୱର : କରୋନା ପାଇଁ ସ୍ୱତନ୍ତ୍ର କଟକଣା. ଏଣିକି ଦୋକାନୀ ମାନେ ଗୁରୁତ୍ୱ ଦେବେ ସାମାଜିକ ଦୂରତା ଉପରେ ନଚେତ ସେମାନଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଆବଶ୍ୟକ ପଡିଲେ ଲାପରାଧୀକ ଦଫା ଲାଗି ଦୋକାନୀଙ୍କୁ ଗିରଫ କରାଯାଇ ପରେ। ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ସିପିଙ୍କ କହିବା ମୁତାବକ ଦୋକାନୀ ମାନେ ବାହାରେ ଜଣେ ଲୋକଙ୍କୁ ଛିଡା କରି ଗ୍ରାହକଙ୍କୁ ସାମଗ୍ରୀ ଯୋଗାଇବେ ।

କିଣାବିକା ବେଳେ ସାମାଜିକ ଦୂରତା ବଜାୟ ରଖିବା ଦୋକାନୀଙ୍କ ଦାୟିତ୍ୱ। ଯଦି ନିୟମରେ କୌଣସି ବ୍ୟତିକ୍ରମ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ହେବ । ସଙ୍ଗେ ସଙ୍ଗେ ଦୋକାନକୁ ବନ୍ଦ କରାଯିବ । ଦରକାର ପଡିଲେ ଲାଗିବ ଅପରାଧିକ ଦଫା। ସମାନ ଭାବେ ଏହା କହିଛନ୍ତି ବିଏମସି କମିଶନର । ସେ କହିଛନ୍ତି ଦୋକାନୀ ମାନେ ଗ୍ରାହକଙ୍କୁ ସାମାଜିକ ଦୂରତା ରଖିବାକୁ କହିବେ । ନିୟମ ନମାନିଲେ, ନିର୍ଦ୍ଦେଶ ଖିଲାପ କଲେ ଦୋକାନକୁ ବନ୍ଦ କରିଦିଆଯିବ