Odia News Portal

ଦୁଇଟି ପିକ୍‌ଅପ୍‌ ଭ୍ୟାନରୁ ୧୨ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ

ଭୁବନେଶ୍ୱର : ଏବେ ସାରା ଦେଶରେ ଲକ୍‌ଡାଉନ୍‌ କରୋନା ପ୍ରକୋପରୁ କିପରି ବଞ୍ଚିବେ ସେ ନେଇ ଲୋକଙ୍କ ଚିନ୍ତା । ହେଲେ ସେଥିରେ ନିଶା ଚୋରା କାରବାର କରିବାରେ ଅନେକ ବ୍ୟସ୍ତ । ଖୋର୍ଦ୍ଧା ଅଞ୍ଚଳରେ ଥିବା ଜଙ୍କିଆ ପୁଲିସ ବେଆଇନ ଭାବେ ଚାଲାଣ ହେଉଥିବା ମଦ ବୋଝେଇ ଦୁଇଟି ପିକ୍‌ଅପ୍ ଭ୍ୟାନକୁ ଜବତ କରିଛି ।

ଏହି ଦୁଇଟି ପିକ୍‌ଅପ୍‌ ଭ୍ୟାନରୁ ୧୨ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ଲୋକଙ୍କୁ ପୁଲିସ ଗିରଫ କରିଛି ।