Odia News Portal

ଲକଡାଉନ ଅବଧି ବୃଦ୍ଧି ପାଇଁ ଓଡିଶା ସରକାରଙ୍କ ନିଷ୍ପତ୍ତିକୁ ଧର୍ମେନ୍ଦ୍ରଙ୍କ ସ୍ୱାଗତ

ଲକ ଡାଉନ ବଢିବ କି ନାହିଁ ତାକୁ ନେଇ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇନଥିବାବେଳେ ଆଜି ଓଡିଶା ସରକାର ଲାକଡାଉନ ବଢ଼ାଇବା ନେଇ ଗ୍ରହଣ କରିଥିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି କେନ୍ଦ୍ର ପେଟ୍ରୋଲିଅମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହ ରାଜ୍ୟବାସୀଙ୍କୁ ଲକ ଡାଉନ ନିୟମକୁ ପାଳନ କରିବା ସହ ସମାଜିକ ଦୁରତ୍ୱ ରକ୍ଷା କରିବା ପାଇଁ ଅନୁରୋଧ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟୁଇଟ ମାଧ୍ୟମରେ କହିଛନ୍ତି , କରୋନା ମହାମାରୀର ସାମ୍ନା କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଲକ୍ ଡାଉନ୍ ସମୟ ସୀମାକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ । କରୋନାର ମୁକାବିଲା କରିବା ପାଇଁ ଲକ୍ ଡ଼ାଉନକୁ ଶତ ପ୍ରତିଶତ ପାଳନ କରିବା ଏବଂ ସରକାରଙ୍କ କଥା ମାନିବା ବୋଲି ଟୁଇଟରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।

ଏହା ସହିତ ନିଜ ଘରେ ରହିବା, ସାମାଜିକ ଦୂରତ୍ୱ ବଜାୟ ରଖିବା, ମୁହଁରେ ମାସ୍କ ପିନ୍ଧିବା ଓ ନିଜକୁ ସୁରକ୍ଷିତ ରଖିବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।