Odia News Portal

ରାମାୟଣରେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିବା ଅଭିନେତାଙ୍କ ପରଲୋକ

ନୂଆଦିଲ୍ଲୀ : ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ହୋଇଥିବା ରାମାୟଣରେ ସୁଗ୍ରୀବ ଏବଂ ବାଳୀ ଭୂମିକାରେ ଅଭିନୟ କରିଥିବା କଳାକାର ଶ୍ୟାମସୁନ୍ଦର କାଲାଣିଙ୍କର ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ସେ କ୍ୟାନସରରେ ପୀଡ଼ିତ ଥିଲେ।

ତାଙ୍କ ମୃତ୍ୟୁରେ ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ୍‌ ଏବଂ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲାହରି ଶୋକ ପ୍ରକାଶ କରିଛନ୍ତି। ମୃତ୍ୟୁ ଶଯ୍ୟା ନିକଟରେ ଶ୍ୟାମସୁନ୍ଦରଙ୍କ ସ୍ତ୍ରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ୧୯୮୭ରେ ରାମାୟଣରେ ସୁଗ୍ରୀବ ଭୂମିକାରେ ଅଭିନୟ କରି ଶ୍ୟାମସୁନ୍ଦର ଛୋଟ ପରଦାରେ ବେଶ୍‌ ପରିଚିତି ହାସଲ କରିପାରିଥିଲେ।