ଟିଟିଲାଗଡ଼ : ଟିଟିଲାଗଡ଼ରେ ପହଞ୍ଚିଲା କୋଭିଡ-୧୯ ସୁପରଫାଷ୍ଟ ଏକ୍ସପ୍ରେସ । ଆଜି ଭୋର ୪ଟାରେ ଟିଟିଲାଗଡ଼ ରେଳ ଷ୍ଟେସନରେ କୋଭିଡ-୧୯ ଟ୍ରେନ୍ ପହଞ୍ଚିଛି । ଏହି ଟ୍ରେନକୁ ସ୍ୱତନ୍ତ୍ର ଭାବେ ରଖାଯାଇଛି । ଟ୍ରେନର ସମସ୍ତ ଝରକାକୁ ନେଟ ଦ୍ୱାରା ଘୋଡାଇ ରଖାଯାଇଛି ।
୨୦ଟି ବଗି ନେଇ ଆସିଥିବା ଏହି ଟ୍ରେନରେ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କୁ ରଖାଯିବାର ବ୍ୟବସ୍ଥା କରାଯାଇଛି । ଟ୍ରେନ ଭିତରେ ସାନିଟାଇଜର, ଡଷ୍ଟବିନ ସହ ବିଭିନ୍ନ ଉପକରଣ ରଖାଯାଇଛି ।
ପ୍ରତି ବଗିରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ରହିଛି । ପ୍ରତି ତିନୋଟି ବଗି ପାଇଁ ଏକ ସ୍ୱାସ୍ଥ୍ୟକର୍ମୀ ଟିମ ରହିବାର ବ୍ୟବସ୍ଥା କରାଯାଇଛି । ଟ୍ରେନରେ କେତେ ଜଣ ଡାକ୍ତର ନିୟୋଜିତ ହେବେ ତାହା ଏ ଯାଏ ରେଳ ବିଭାଗ ସ୍ପଷ୍ଟ କରିନାହିଁ । ଟିଟିଲାଗଡ଼ ରେଳ ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ପ୍ରଥମେ ସମସ୍ତ ବଗିକୁ ବିଶୋଧନୀକରଣ କରାଯାଇଥିଲା । ଟ୍ରେନରେ ଦୁଇଟି ଏସି କୋଚ ରହିଛି । ୪ଟି ସାଧାରଣ ବଗି, ୯ଟି ରିଜରଭେସନ ବଗି ସହ ବିଭିନ୍ନ ଉପକରଣ ପାଇଁ ଗୋଟିଏ ବଗି ରହିଛି ।