Odia News Portal

ରାଜ୍ୟରେ ଆହୁରି ବଢ଼ିବ ପାରଦ

ଭୁବନେଶ୍ୱର : ଡେଉଁଛି ପାରଦ । ବଢୁଛି ତାତି । ରାଜ୍ୟରେ ଅସହ୍ୟ ହେଲାଣି ଗରମ । ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ଟିଟିଲାଗଡ଼ ସହ ତତଲାଗଡ଼ ପାଲଟିଛି ଭୁବନେଶ୍ୱର ସହର । ଗତକାଲି ଏହି ଦୁଇ ସହରରେ ସର୍ବାଧିକ ତାପମାତ୍ରା ୪୧ ଦଶମିକ ୫ ଡିଗ୍ରୀ ସେଲସୟିସ୍‌ ରେକର୍ଡ କରାଯାଇଛି ।

ସେହିପରି ବଲାଙ୍ଗିରରେ ୪୧ ଦଶମିକ ୨, ତାଳଚେର ୪୦ ଦଶମିକ ୫ ଓ ବୌଦ୍ଧରେ ପାରଦ ଛୁଇଁଛି ୪୦ ଦଶମିକ ୫ ଡିଗ୍ରୀ ସେଲସିୟସ୍‌ । ମାଲକାନଗିରି ୪୦ ଦଶମିକ ୨, ନୟାଗଡ଼ ଓ ପାରଳାଖେମୁଣ୍ଡିରେ ୪୦ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରହିଛି । ବହୁ ସହରରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ତାତି ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କେତେକ ଜାଗାରେ କାଳବୈଶାଖୀ ବର୍ଷା ସମ୍ଭାବନା ମଧ୍ୟ ରହିଛି। ।