Odia News Portal

କରୋନା ଭୁତାଣୁ ପାଇଁ ସ୍ୱର୍ଗଦ୍ୱାରକୁ ସାନିଟାଇଜ

ପୁରୀ : ଭୁତାଣୁ ସଂକ୍ରମଣ କୁ ରୋକିବା ନେଇ ପୁରୀ ଜିଲା ପ୍ରଶାସନ ସମ୍ପୂର୍ଣ ସଜାଗ। ଏହି କ୍ରମରେ  ବୁଧୁବାର ସ୍ୱର୍ଗଦ୍ୱାରକୁ ସାନିଟାଇଜ କରାଯାଇଛି । ପୁରୀ ଦମକଳ ବାହିନୀ ୨ରୁ ଅଧିକ ଗାଡି ସହାୟତାରେ ସ୍ୱର୍ଗଦ୍ୱାରରେ ସାନିଟାଇଜ ପାଣି ସ୍ପ୍ରେ ହୋଇଛି । ସ୍ୱର୍ଗଦ୍ୱାର ଚତୁର୍ପାଶ୍ୱ ସହ ଚାରିପଟ ସଂଲଗ୍ନ ରାସ୍ତା ଓ ବେଳାଭୂମି ମାର୍ଗକୁ ସାନିଟାଇଜ କରାଯାଇଛି ।

ସ୍ୱର୍ଗଦ୍ୱାରକୁ ଆସୁଥିବା ଶବଦାହ ପାଇଁ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ଅବଲମ୍ବନ କରାଯାଉଛି। ଏଥି ସହିତ ଜିଲ୍ଲା ପ୍ରଶାସନ ତରଫରୁ ଶବଦାହ ସମୟରେ ଅଧିକ ସଂଖ୍ୟାରେ ଲୋକଙ୍କ ଭିଡ଼ ନ ହେବ ପାଇଁ ତାହା ଉପରେ ଦୃଷ୍ଟି ରଖିଛି । ସୂଚନା ମୁତାବକ ପୂର୍ବରୁ ଦିନକୁ ପ୍ରାୟ ୮୦ରୁ ୧୦୦ ଶବଦାହ ସ୍ୱର୍ଗଦ୍ୱାରରେ କରାଯାଉଥିବା ବେଳେ ଏବେ ଦିନକୁ ୧୦ରୁ ୨୦ଟି ଶବଦାହ କରାଯାଉଛି । ଲକଡାଉନ କଟକଣା ପାଇଁ ବହୁ ସଂଖ୍ୟାରେ ଲୋକ ସ୍ୱର୍ଗଦ୍ୱାରକୁ ଆସୁନାହାନ୍ତି ।ଲକ୍‌ଡାଉନ୍‌ ପ୍ରଭାବରେ ପୁରୀର ଚିତ୍ର ପୁରା ଖାଁ ଖାଁ ଦେଖିବାକୁ ମିଳିଛି ।