ପୁରୀ : ଏପ୍ରିଲ ୨୬ତାରିଖ, ପବିତ୍ର ଅକ୍ଷୟ ତୃତୀୟା। ଆରମ୍ଭ ହେବ ରଥନିର୍ମାଣ କାର୍ଯ୍ୟ। ସପ୍ତମ ପର୍ଯ୍ୟାୟରେ ୨୦ ଖଣ୍ଡ ରଥ କାଠ ପହଁଚିଛି । ଦଶପଲ୍ଲା ବନଖଣ୍ଡ ଅଂଚଳରୁ ଗୋଟିଏ ଟ୍ରକ ରେ ଆସିଥିବା ଏହି ରଥକାଠ ଗୁଡିକ ମଧ୍ୟରୁ ଗୋଟିଏ ୨୦ ଫୁଟିଆ ଅସନ ଏବଂ ବାକି ୧୯ ଖଣ୍ଡ ୨୦ ଫୁଟିଆ ଧଉରା କାଠ ବୋଲି ସୂଚନା ମିଳିଛି । ବର୍ତମାନ ସୁଦ୍ଧା ପୁରୀରେ ୨୪୪ ଖଣ୍ଡ କାଠ ପହଁଚି ସାରିଛି ।
ତେବେ ଆଗାମୀ ରଥ ନିର୍ମାଣ ପାଇଁ ପର୍ଯ୍ୟାୟ କ୍ରମେ ରଥ କାଠ ଶ୍ରୀକ୍ଷେତ୍ରରେ ପହଁଚିଥିବା ସୂଚନା ମିଳିଥିବା ବେଳେ ରଥ ଯାତ୍ରା ପାଇଁ ଖୁବ ଶୀଘ୍ର ଏକ ବୈଠକ ବସିବ ଏବଂ ସମ୍ପୂର୍ଣ ଭାବେ ଏନେଇ ଆଲୋଚନା ହେବ ବୋଲି ରଥ ତତ୍ୱାବଧାରକ ସୂଚନା ଦେଇଛନ୍ତି । ତେବେ ଆଗାମୀ ରଥ ଯାତ୍ରା ପାଇଁ ଆସନ୍ତା ୨୬ ତାରିଖ ରେ ଅକ୍ଷୟ ତୃତୀୟା ଠାରୁ ରଥ କାର୍ଯ୍ୟ ର ଅନୁକୂଳ ହେବାକୁ ଥିବାବେଳେ ରଥ ଖଳା ରେ ସାମାଜିକ ଦୂରତା କିଭଳି ଅବଲମ୍ବନ ହେବ ସେନେଇ ଦୃଷ୍ଟି ଦିଆଯାଉଛି ।