Odia News Portal

ବଲିଉଡ ପରେ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି ଏହି ସୁନ୍ଦରୀ

ଜ୍ୟାକଲିନ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଶ୍ରୀଲଙ୍ଗା ସୁନ୍ଦରୀ ବଲିଉଡରେ ଅଭିନୟ ଯାଦୁ ଦେଖାଇ ଦର୍ଶକଙ୍କ ମନକୁ କିଣିପାରିଛନ୍ତି। ବଡ ପରଦାରେ ନିଜର ଜଲୱା ଦେଖାଇସାରିବା ପରେ ଏବେ ଡିଜିଟାଲ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି ଜ୍ୟାକଲିନ।

ମେ ୧ରେ ତାଙ୍କର ଡିଜିଟାଲ ଫିଲ୍ମ ‘ ମିସେସ୍ ସିରିଏଲ କିଲର’ ରିଲିଜ ହେବାର ଯୋଜନା ରହିଛି ବୋଲି ଜଣାପଡିଛି। ନିକଟରେ ନେଟଫ୍ଲିକ୍ସ ଇଣ୍ଡିଆ ନିଜ ଅଫିସିୟାଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଥିଲା। ଯେଉଁଥିରେ ଜ୍ୟାକ୍ଲିନ ସହକଳାକାର ମନୋଜ ବାଜେପେୟୀଙ୍କ ସହ ନଜର ଆସିଥିଲେ। ଆଉ ଏଥିରେ ସେ କହୁଥିଲେ ମେ‘ ୧ରେ ‘ମିସେସ ସିରିଏଲ କିଲର’ର ପ୍ରିମିୟରରେ ଆପଣମାନଙ୍କ ସହ ଦେଖାହେବ। ଏହି ଡିଜିଟାଲ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସିରିଶ କୁନ୍ଦର।