ପୁରୀ : କରୋନା ମହାମାରୀକୁ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଛନ୍ତି ମେ ୩ ପ୍ରାଯନ୍ତ ଲକଡାଉନ। ଠିକ ଏହି ସମୟରେ ପୁରୀ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଇତିଭୂଆ ପଞ୍ଚାୟତରେ ମାସ୍କ ବଣ୍ଟନ କରାଯାଇଛି। ଏଥି ସହିତ ଲୋକଙ୍କୁ ସଚେତନ ରହିବା ସହ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ବଣ୍ଟନ କରାଯାଇଛି ମାସ୍କ।
ଏହି କାର୍ଯ୍ୟକ୍ରମକୁ ସୁଚାର ରୂପେ ପରିଚାଳନା କରିଥିଲେ ପୁରୀ ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପସଭାପତି ଅରୁଣ କୁମାର ମିଶ୍ର, ମାନ୍ୟବର ପୁରୀ ସାଂସଦଙ୍କ ଗୋପ ବ୍ଲକ ପ୍ରତିନିଧି ବାଲୁଙ୍କେଶ୍ବର ସାହୁ, ସରପଞ୍ଚ ଶ୍ରମତୀ ସୁଭଶ୍ରୀ ଦାସ, ନାଏବସରପଞ୍ଚ ସୁକାନ୍ତ କୁମାର ସ୍ୱାଇଁ, ସମିତିସଭ୍ୟ ସୁମନ୍ତଚନ୍ଦ୍ର ବେହେରା, ବିଜୁ ଯୁବ ବହିନୀ ସଭାପତି ସଞ୍ଜୟ କୁମାର ପ୍ରଧାନ, ପଞ୍ଚାୟତ କାର୍ଯ୍ୟନିର୍ଭହି ଅଧିକାରୀ ଅକ୍ଷୟ କୁମାର ରାଉତ।