Odia News Portal

ଲକ୍‌ଡାଉନ୍‌ରେ କେନ୍ଦୁଝରରୁ ଆସିଲା ଦୁଃଖଦ ଖବର

କେନ୍ଦୁଝର : ଲକ୍‌ଡାଉନ୍‌ରେ ଆସିଲା ଦୁଃଖଦ ଖବର। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା। କେନ୍ଦୁଝର ବାମେବାରୀ ଥାନା ଅଞ୍ଚଳର ଜମିର୍ତ୍ତା ଗାଁରେ ଜଣେ ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ସଂଧ୍ୟାରେ ନା ବାଳିକା ଜଣକ ଗାଁ ଦାଣ୍ଡରେ ଖେଳିସାରି ଘରକୁ ଫେରି ନଥିଲେ । ଘର ଲୋକ ରାତିରେ ପାଖ ପଡୋଶୀରେ ଖୋଜା ଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ସକାଳେ ଘର ପାଖ ଜଙ୍ଗଲରେ ଝିଅର ମୃତ ଦେହକୁ ଦେଖି ବାପା ପୁଲିସକୁ ଖବର ଦେଇଥିଲା।

ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସାଇଁଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା।  ଝିଅଟିର କ୍ଷତାକ୍ତ ଶରୀରକୁ ପୁଲିସ ଜବତ କରିବା ସହ ବହୁ ଖୋଜା ଖୋଜି ପରେ ୧୪ ବର୍ଷୀୟ ଅଭିଯୁକ୍ତ ନା ବାଳକକୁ ଧରିବାରେ ସଫଳ ହୋଇଥିଲା। ଅଭିଯୁକ୍ତର କହିବା ଅନୁଯାଇ ପ୍ରଥମେ ସେ ନା ବାଳିକାକୁ ଦୁସ୍କର୍ମ କରିବା ପରେ କାଳେ କାହାକୁ କହି ଦେବା ଭୟରେ ପିଟିପିଟି ହତ୍ୟା କରିଥିଲା।