Odia News Portal

ସରକାରୀ କର୍ମଚାରୀଙ୍କ ପାଇଁ ଗାଡିର ପାସ ଆବଶ୍ୟକ ନାହିଁ : ପୋଲିସ କମିଶନର

ଭୁବନେଶ୍ବର : ଆସନ୍ତାକାଲିଠୁ ଭୁବନେଶ୍ୱରରେ କିଛି କୋହଳ ହେବ ନାହିଁ । ଭୁବନେଶ୍ୱରରେ ସରକାରୀ କର୍ମଚାରୀଙ୍କ ପାଇଁ ଗାଡିର ପାସ ଆବଶ୍ୟକ ପଡିବ ନାହିଁ। ସେମାନେ ନିଜର ଆଇଡି କାର୍ଡ କିମ୍ବା ଉପରସ୍ଥ ଅଧିକାରୀଙ୍କ ଚିଠିକୁ ଦେଖାଇ ଅଫିସ ଯାଇ ପାରିବେ।

ଏହି ଚିଠି କିମ୍ବା ଆଇଡି କାର୍ଡ ଦେଖାଇଲେ କୌଣସି ପୋଲିସ କର୍ମଚାରୀ ଅଟକାଇବେ ନାହିଁ । ଆଗାମୀ ନିର୍ଦ୍ଦେଶ ଯାଏଁ କଟକଣା ବଳବତ୍ତର ରହିବ ଓ ଭୁବନେଶ୍ୱରବାସୀଙ୍କ ସହଯୋଗ କାମନା କରୁଛି  ବୋଲି ଟ୍ୱିଟ ମାଧ୍ୟମରେ କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।