Odia News Portal

କରୋନା ଭୁତାଣୁ ପାଇଁ ପଞ୍ଚାୟତ ସ୍ତରରେ ସାନିଟାଇଜ

ପୁରୀ : କରୋନା ଭୁତାଣୁ ସଂକ୍ରମଣ କୁ ରୋକିବା ନେଇ ପୁରୀ ଜିଲା ପ୍ରଶାସନ ସମ୍ପୂର୍ଣ ସଜାଗ। ମହାମାରୀକୁ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଛନ୍ତି ମେ ୩ ପ୍ରାଯନ୍ତ ଲକଡାଉନ। ଏହି ସମୟରେ ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଗଡ଼ବେଙ୍ଗୁରା ପଞ୍ଚାୟତରେ ସରପଞ୍ଚଙ୍କ ଅନୁଦାନରେ ପଞ୍ଚାୟତର ସମସ୍ତ ଗାଁକୁ ସାନିଟାଇଜ କରାଯଇଛି ଏଥି ସହିତ ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଛି। ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ବଣ୍ଟନ କରାଯାଇଛି ମାସ୍କ।

ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପୁରୀ ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପସଭାପତି ଅରୁଣ କୁମାର ମିଶ୍ର, ମାନ୍ୟବର ପୁରୀ ସାଂସଦଙ୍କ ଗୋପ ବ୍ଲକ ପ୍ରତିନିଧି ବାଲୁଙ୍କେଶ୍ବର ସାହୁ, ସରପଞ୍ଚ ଶ୍ରମତୀ ଶୁଭଶ୍ରୀ ନାୟକ, ସମିତିସଭ୍ୟ ମୋନଜ କୁମାର ଜାଳି ଓ ବିଜୁ ଜନତା ଦଳର କିଛି ଛାମୁଆ କର୍ମୀ ।