Odia News Portal

ଗାଡ଼ି ଚେକିଂ ବେଳେ ୮୦ ଲିଟର ଦେଶୀ ମଦ ଜବତ

ଭୁବନେଶ୍ବର : ବାରଙ୍ଗ ପୁଲିସ ଦ୍ୱାରା ବ୍ଲକ ଛକ ପାଖରେ ଳକ୍‌ ଡାଉନ୍‌ ସମୟରେ ଗାଡ଼ି ଚେକିଂ କରାଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କଠାରୁ ୮୦ ଲିଟର ଦେଶୀ ମଦ ଜବତ କରାଯାଇଛି । ଅଭିଯୁକ୍ତ ମୁନା ସାହୁ(୨୬)କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି ।

ପୁଲିସ ସୂଚନା ମୁତାବକର ଏଏସଆଇ କୁଳମଣି ରାଉତ ବ୍ଲକ୍‌ ଛକରେ ଗାଡ଼ି ମୋଟର ଯାଞ୍ଚ କରୁଥିଲେ । ମୁନା ସାହୁ ଏକ ବାଇକରେ ୫ଟି ଟ୍ୟୁବ୍‌ ଲଦି ବଡ଼ମ୍ବା ଆଡ଼ୁ ଭୁବନେଶ୍ୱରକୁ ଯାଉଥିଲେ । ସେହି ସମୟରେ ସେ ଚେକିଂରେ ଧରାପଡ଼ିଯାଇଥିଲେ । ୫ଟି ଟ୍ୟୁବ୍‌ରୁ ପ୍ରତି ଟ୍ୟୁବ୍‌ ପିଛା ୧୬ଲିଟର କରି ୮୦ ଲିଟର ଦେଶୀ ମଦ ଜବତ ହୋଇଥିଲା । ଅଭିଯୁକ୍ତର ବାଇକ୍‌ ଓଆର ୦୨ ଏ ବି ୪୦୯୧କୁ ପୁଲିସ ଜବତ କରିଛି । ମୁନା ସାହୁଙ୍କ ନାମରେ ପୂର୍ବରୁ ଦେଶୀ ମଦ ବିକ୍ରି ଅଭିଯୋଗରେ ଅନେକ ମାମଲା ରହିଛି ବୋଲି ପୁଲିସ ସୂଚନା ଦେଇଛି ।