ପୁରୀ : ମହାମାରୀ କରୋନା ବା (କୋବିଡ଼-୧୯) ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଲକଡାଉନ ଘୋଷଣା କରାଯାଇଛି। ଏଥି ସହିତ ଲୋକେ କି ପରି ମହାମାରୀ କରୋନା ବା (କୋବିଡ଼-୧୯) ମୁକାବିଲା କରିବେ ସେଥିପାଇଁ ମଧ୍ୟ୍ୟ ଗ୍ରାମ ଅଞ୍ଚଳରେ ପୋଷ୍ଟର ଓ ଡ଼ାକବାଜି ଦ୍ୱାରା ସଚେତନ କଲେ।
ପୁରୀ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଭାଇଲିପୁର ଗ୍ରାମ ପଞ୍ଚାୟତରେ କରୋନା ବା (କୋବିଡ଼-୧୯)ର ମୁକାବିଲା କରିବା ପାଇଁ ଅଞ୍ଚଳରେ ମାସ୍କ ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।
ପଞ୍ଚାୟତର ପୂର୍ବତନ ସରପଞ୍ଚ କାର୍ତବୀର୍ଯ୍ୟ ସ୍ୱାଇଁ (କାଳୁ) ସୂଚନା ମୁତାବକ, ଏହି କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଆରମ୍ଭ କରାଯାଇଛି ଓ ଏହା ୪ରୁ ୫ ଦିନ ଧରି ଚାଲିବ ବୋଲି କହିଛନ୍ତି। ପ୍ରାୟ ୧୦୦୦ରୁ ଉର୍ଦ୍ଧ ଗରିବ ପରିବାରକୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଏଥି ସହିତ ପଞ୍ଚାୟତ କୁ ମଧ୍ୟ୍ୟ ବିଶୋଧନ କରାଯାଇଛି।
ବିଶୋଧନ, ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ କୁ ନେତୃତ୍ୱ ନେଇଥିଲେ ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ଅରୁଣ କୁମାର ମିଶ୍ର, ଯୁବ ସାମ୍ବାଦିକ ତଥା ସମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପୂର୍ବତନ ଉପସଭାପତି ଵିଶାଲ ମହାନ୍ତି, ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ପଞ୍ଚାୟତର ବିଜୁ ଜନତା ଦଳ ଛାମୁଆ କର୍ମୀମାନେ।