Odia News Portal

ରଥଖଳା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

ପୁରୀ : ଚଳିତ ମାସ ୨୬ ତାରିଖରେ ଅକ୍ଷୟ ତୃତୀୟା । ମହାପ୍ରଭୁଙ୍କ ଆରମ୍ଭ ହେବ ଚନ୍ଦନଯାତ୍ରାର ଓ ଶୁଭାରମ୍ଭ ହେବ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ । ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ତିନି ଭାଇ ଭଉଣୀଙ୍କ ରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦୀଘୋଷ ରଥ ନିର୍ମାଣ କରାଯିବ। ଶ୍ରୀମନ୍ଦିର ଦେଉଳ ପୁରୋହିତଙ୍କ ଦ୍ବାରା ରଥ ଅନୁକୂଳ ହୋମ ପରେ ପୂଜାପଣ୍ଡାମାନେ ରଥ ଅନୁକୂଳ ଆଜ୍ଞାମାଳ ପ୍ରଦାନ କରିବେ।

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ପାଇଁ ଚାମୁଣ୍ଡିଆ ପ୍ରସ୍ତୁତ କରାଯାଇଛି ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ ସ୍ଥାନରୁ ରଥକାଠ ପହଞ୍ଚିବାରେ ଲାଗିଛି। ପବିତ୍ର ଶ୍ରୀପଞ୍ଚମୀ ଦିନ ରଥକାଠ ଅନୁକୁଳ ହୋଇଥିଲା। ଶ୍ରୀରାମନବମୀ ଦିନ ରଥକାଠ ଚିରଟ ହୋଇଥିଲା। ୩ ରଥ ନିର୍ମାଣ କାର୍ଯ୍ୟ ପାଇଁ ଭୋଇ, ବିଶ୍ଵକର୍ମା ମହାରଣା, କରତି ଆଦି ନିଓଜିତ ରହିବେ। ରଥକୁ ସୁସଜ୍ଜିତ ପାଇଁ ଚିତ୍ରକାର ଓ ଦରଜୀ ସେବକ ରହିବେ। ତେବେ ଦେଖିବାକୁ ବାକି ରହିଲା କିପରି ଶ୍ରୀମନ୍ଦିର ପ୍ରଶାସନ ମହାମାରୀ କରୋନା ସମୟରେ ରଥଯାତ୍ରାକୁ ପରିଚାଳନା କରୁଛି।