Odia News Portal

ଝାରସୁଗୁଡାରେ ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଲୋକାର୍ପିତ

ଝାରସୁଗୁଡା : ଝାରସୁଗୁଡ଼ା ସହର ମଧ୍ୟରେ ଥିବା ମଙ୍ଗଳବଜାର ସ୍ଥିତ ପୂରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଭାବେ ଲୋକାର୍ପିତ କରାଯାଇଛି । ସହର ମଧ୍ୟରେ ଥିବା ପୂରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ୧୧୦ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଲୋକାର୍ପିତ କରିଛନ୍ତି ।

ଏହି ହସ୍ପିଟାଲରେ ୧୦ ଟି ଆଇସିୟୁ ରହିଛି । ଏହି ସମାରୋହରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ବରଗଡ ଲୋକସଭା ସଦସ୍ୟ ସୁରେଶ ପୂଜାରୀ, ଭୁବନେଶ୍ୱରର ହାଇଟେକ ମେଡିକାଲ କଲେଜ ହସ୍ପିଟାଲ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଉଦଘାଟନ ସମାରୋହରେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଭଗବାନ ସହ ତୁଳନା କରିଥିଲେ । ବେଦାନ୍ତ ପକ୍ଷରୁ ଡାକ୍ତରଖାନା ନିର୍ମାଣରେ ୨କୋଟି ଟଙ୍କାର ସହାୟତା ଦିଆଯିବା ସହ ଆଗକୁ ଅଧିକ ସହାୟତା ଦିଆଯିବ ବୋଲି କହିଥିଲେ ବେଦାନ୍ତ ସିଏଓ ସି.ଏନ ସିଂହ । ଅନ୍ୟପଟେ ହାଇଟେକ ଗ୍ରୁପ ପକ୍ଷରୁ ଜନସାଧାରଣଙ୍କୁ ସମସ୍ତ ସେବା ଯୋଗାଇ ଦିଆଯିବ ବୋଲି କହିଥିଲେ ହାଇଟେକ ଗ୍ରୁପର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ।