Odia News Portal

କଣ୍ଟେନମେଣ୍ଟ ମୁକ୍ତ ହେଲା ଭୁବନେଶ୍ୱର

ଭୁବନେଶ୍ୱର : ରାଜଧାନୀ କଣ୍ଟେନମେଣ୍ଟ ମୁକ୍ତ । କଣ୍ଟେନମେଣ୍ଟ ମୁକ୍ତ ହେଲା ଭୁବନେଶ୍ୱର । ଏନେଇ ଘୋଷଣା କରିଛି ବିଏମସି । ବମିଖାଲ, ସତ୍ୟନଗର, ସୂର୍ଯ୍ୟନଗରରୁ ଉଠିଲା କଣ୍ଟେନମେଣ୍ଟ ଜୋନ୍ । ଏହି ସ୍ଥାନମାନଙ୍କରୁ କଣ୍ଟେନମେଣ୍ଟ ଜୋନ୍ ଉଠାଇବା ନେଇ ବିଏମସି ଘୋଷଣା କରିଛି ।

ଏବେ ଏହି ଅଞ୍ଚଳମାନଙ୍କରେ କେବଳ ଲକଡାଉନ୍ ବଳବତ୍ତର ରହିବ । କହିରଖୁଛୁ ପୂର୍ବରୁ ଯଦୁପୁର ଓ ସୁନ୍ଦରପଦାରୁ କଣ୍ଟେନମେଣ୍ଟ ହଟିଥିଲା । କରୋନା ପଜିଟିଭ୍ ଚିହ୍ନଟ ପରେ ଏହି ସ୍ଥାନମାନଙ୍କୁ ସିଲ୍ କରାଯାଇଥିଲା । ଏହି ଅଞ୍ଚଳରେ ଯିବା ଆସିବା ଉପରେ ରୋକ ଲଗାଯିବା ସହ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା  ।