ପୁରୀ : କରୋନା ମହାମାରୀ ସାରା ବିଶ୍ବକୁ କବଳିତ କରିଛି। ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିଲେ ବିଜୁ ଜନତା ଦଳର (କ୍ରର୍ମି) ଓ ଶୁଭେଚ୍ଛୁ, ଜିବନ ବିନ୍ଦୁ ମାଧ୍ୟମରେ ରକ୍ତ ଦାନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ। କେହି ଜଣେ ବି ବ୍ୟକ୍ତି ରକ୍ତ ଅଭାବରୁ ସ୍ବାସ୍ଥ୍ୟ ଗତ ସମସ୍ୟା ରେ ସମୁଖୀନ ନ ହୁଅନ୍ତି, ଏହାକୁ ନିଶ୍ଚିନ୍ତ କରିବା ଆଜି ଆମର କର୍ତ୍ତବ୍ୟ ଓ ଦାଇତ୍ୱ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ଅନୁରୋଧକୁ ଆହ୍ୱାନ ହିସାବରେ ଗ୍ରହଣ କରି ବ୍ରହ୍ମଗିରି ବିଜୁ ଜନତା ଦଳର ସଭାପତି ବିଦ୍ୟାଧର ସ୍ବାଇଁ ନେତୃତ୍ୱରେ ଆଜି ମତମତ୍ ପୁର ଠାରେ ଜିବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ହେଡକ୍ୱାଟର୍ସ) ସଞ୍ଜୟ କୁମାର ଦାସବର୍ମା ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉଚ୍ଛାୟିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜିବନ ବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ ସୁଭାଷିସ ଖୁଣ୍ଟିଆ, ଜିଲ୍ଲା ବିଜୁ ଯୁବ ଜନତାର ଉପସଭାପତି ଅରୁଣ କୁମାର ମିଶ୍ର, ସମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ପୂର୍ବତନ ଉପସଭାପତି ଵିଶାଲ ମହାନ୍ତି, ବିଜେଡ଼ି ବ୍ରହ୍ମଗିରି ବ୍ଲକ ସଭାପତି ବିଦ୍ୟାଧର ସ୍ୱାଇଁ, ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପସଭାପତି ବିଜୟ ଦଳାଇ, ଯୁବ ନେତା କୃଷ୍ଣ ଚନ୍ଦ୍ର ରାଉତ, ରଞ୍ଜୟ ପଟ୍ଟନାୟକ, ଜିଲ୍ଲା ବିଜୁ ଯୁବ ଜନତା ଦଳର ସମ୍ପାଦକ ଅମୁଲ୍ୟ କୁମାର ଜେନା ଏବଂ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ନାରଣ ପ୍ରସାଦ ସିଙ୍ଗ, ବ୍ରହ୍ମଗିରି ପଞ୍ଚାୟତର ସମିତି ସଭ୍ୟ ଯୁଯିଷ୍ଠିର ନାୟକ ଏବଂ ନିଆଜପୁର ପଞ୍ଚାୟତର ସରପଞ୍ଚ ସୁନା ନାୟକ୍, ସମିତି ସଭ୍ୟ ସନ୍ତୋଷିନି ଦଳାଇ ଉପସ୍ଥିତ ଥିଲେ।