Odia News Portal

ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ

ବଲାଙ୍ଗିର : ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ଛତ୍ରଭଙ୍ଗ ହୋଇ ଧାଇଁଲେ ମାଓବାଦୀ । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ପଞ୍ଚ।ୟତ ଭରୁଆମୁଣ୍ଡା ବର୍ତିଆ ଗାଁ ପାଖରେ ଥିବା ଚାନ୍ଦିଲି ପାହାଡ଼ରେ । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଚାନ୍ଦିଲି ପାହାଡରେ ମାଓବାଦୀ ଥିବାର କୌଣସି ସୂତ୍ରରୁ ଖବର ପାଇଥିଲା ଲାଠୋର ପୋଲିସ । ପରେ ଆରମ୍ଭ କରିଦେଇଥିଲା କୁମ୍ବୀଙ୍ଗ ଅପରେସନ । ପୋଲିସ ସହ କିଛି ସମୟ ମାଓବାଦୀଙ୍କ ଗୁଳିବିନିମୟ ହୋଇଥିଲା ।

କିନ୍ତୁ ପୋଲିସ ଏହି ଗୁଳି ବିନିମୟରେ ସକ୍ରିୟ ହୋଇଯିବାରୁ ଛାତ୍ରଭଙ୍ଗ ଦେଇଥିଲେ ମାଓବାଦୀମାନେ। ପୋଲିସ ଘଟଣାସ୍ଥଳରୁ ମାଓବାଦୀଙ୍କ ବିଭିନ୍ନପ୍ରକାର ରନ୍ଧା ସାମଗ୍ରୀ ଓ ଦୁଇଟି ଅଫୁଟା ଗୁଳି ସହ ବିଭିନ ଉପକରଣ ଜବତ କରିଥିବା ଜଣାପଡିଛି । କିନ୍ତୁ ଏ ସମ୍ପର୍କରେ ପୋଲିସ ଅଧିକାରୀଙ୍କ ଠାରୁ କିଛି ସୂଚନା ମିଳିପାରି ନାହିଁ ।