Odia News Portal

ରକ୍ତ ସମ୍ପର୍କରେ ଧୋକା ଦେଲା ଭାଇ

ସୁନ୍ଦରଗଡ : ରକ୍ତ ସମ୍ପର୍କରେ ଧୋକା ଦେଲା ଭାଇ। ଭାଇକୁ ମାରିଦେଲା ଭାଇ। ବଣାଇ ଥାନା ଅନ୍ତର୍ଗତ ଜୀବିକା ଗ୍ରାମରେ ଘରୋଇ କଳିକୁ କେନ୍ଦ୍ର କରି ସାନ ଭାଇ ହାଣି ଦେଇଛି ବଡ ଭାଇକୁ। ଟାଙ୍ଗିଆ ଚୋଟରେ ବଡ ଭାଇ ସେଇଠି ହିଁ ଟଳି ପଡିଲା। ସୂଚନା ଅନୁଯାୟୀ ଗ୍ରାମର ସୁକଦେବ କିଷାନଙ୍କ ଘରକୁ ଲାଗିଥିବା ବିଦ୍ୟୁତ ତାର ସାନ ଭାଇ ଜଗନ୍ନାଥ କିଷାନଙ୍କ ଘର ଉପର ଦେଇ ଯାଇଥିଲା।

ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡା ଲାଗି ରହୁଥିଲା। ଆଜି ହଠାତ ସାନ ଭାଇ ଜଗନ୍ନାଥ କିଷାନ ମଦ ପିଇ ବଡ ଭାଇ ସହିତ ଝଗଡା କଲା। ଏହାପରେ କଳି ଝଗଡା ଏତେ ବଢିଗଲା ଯେ ସାନ ଭାଇ ଟାଙ୍ଗିଆରେ ବଡ ଭାଇକୁ ଆକ୍ରମଣ କରିଥିଲା। ଫଳରେ ବଡ ଭାଇ ସୁକଦେବ ସେଇଠି ହିଁ ଟଳି ପଡିଲେ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଟାଙ୍ଗିଆକୁ ଜବତ କରିବା ସହିତ ଅଭିଯୁକ୍ତକୁ ଥାନାକୁ ଆଣି ପଚରା ଉଚୁରା କରୁଛି।