ସୁବର୍ଣ୍ଣପୁର : ଥାନାରେ ହେଲା ବାହାଘର। କରୋନା ଯୋଗୁଁ ସାରା ଦେଶ ଲକ୍ଡାଉନ୍। ସରକାରଙ୍କ ଲକ୍ଡାଉନ୍ ନିୟମକୁ ପାଳନ କରିଛନ୍ତି ପୋଲିସ୍ ବାବୁ। ଏଭଳି ନିଆରା ଦୃଶ୍ୟ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାରେ ଦେଖିବାକୁ ମିଳିଛି। ଏହି ଥାନାରେ ଏସ୍ଆଇ ଦୀପ୍ତି ରଞ୍ଜନଙ୍କ ବାହାଘର ଲାଗି ତାରିଖ ନିର୍ଦ୍ଧାରିତ ହୋଇଥିଲା। କରୋନା ଯୋଗୁଁ ବରଯାତ୍ରା, ବାଣଫୁଟା ଏବଂ ବେଣ୍ଡବାଜା ସବୁ ଫସର ଫାଟି ଯାଇଥିଲା। କିନ୍ତୁ ବାହାଘର ହେଲା। କୌଣସି ମଣ୍ଡପ କିମ୍ବା ବଡ଼ ହୋଟେଲରେ ନୁହେଁ। ଦୀପ୍ତି ରଞ୍ଜନ ଯେଉଁ ଥାନାରେ କାର୍ଯ୍ୟରତ ଅଛନ୍ତି, ସେହି ଥାନାରେ ବର ଏବଂ କନ୍ୟା ଉଭୟଙ୍କ ବାହାଘର ହୋଇଛି।
ଏଠାରେ କାର୍ଯ୍ୟରତ ପୋଲିସ ଏସ ଆଇ ଦୀପ୍ତି ରଂଜନ ଦିଗାଲଙ୍କ ବିବାହ ତାରିଖ ଗତକାଲି ଧାର୍ଯ୍ୟ ହୋଇଥିଲା। କନ୍ଧମାଳ ଜିଲ୍ଲା କେନ୍ଦୁପଦର ଗାଁର ଜ୍ୟୋସ୍ନାରାଣୀ ଦିଗାଲଙ୍କ ସହିତ ଦୀପ୍ତିରଂଜନଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ଦୀପ୍ତିରଂଜନ ଗାଁକୁ ଫେରି ନ ପାରିବାରୁ ଜ୍ୟୋସ୍ନାରାଣୀଙ୍କ ପରିବାର କନ୍ୟାକୁ ଧରି ପହଞ୍ଚିଥିଲେ ସୁବଳୟା ଥାନାରେ । ପୋଲିସ ଏସଡିପିଓ ଧୀରଜ ଚୋପଦାର ଓ ଥାନା ଅଧିକାରୀ ପ୍ରଦୀପ ପଧାନଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଛି ।