Odia News Portal

ଅପରୋସନ୍‌ ବେଳେ ଉଦ୍ଧାର ହେଲା ୨୦ଟି ଟିଫିନ ବୋମା

କନ୍ଧମାଳ: କନ୍ଧମାଳ ଜିଲ୍ଲା ଚକାପାଦ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ଚାଲିଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇ କନ୍ଧମାଳ ଏସ୍‌‌ପି ପ୍ରତିକ୍ ସିଂଙ୍କ ନେତୃତ୍ୱରେ ଏସଓଜି ଓ ଡିଭିଏଫ୍‌ ଟିମ୍‌ ମିଳିତ ଭାବେ ଚକାପାଦ ଜଙ୍ଗଲରେ କମ୍ବିଂ ଅପରୋସନ୍‌ କରିଥିଲେ ।

ଅପରୋସନ୍‌ ବେଳେ ଜଙ୍ଗଲର ମାଟି ତଳେ ମାଓବାଦିଙ୍କ ଦ୍ୱାରା ଲୁଚାଇ ଯାଇଥିବା ୨୦ଗୋଟି ଟିଫିନ୍‌ ବୋମା ଉଦ୍ଦାର କରାଯାଇଥିଲା । ପରେ ଉଦ୍ଧାର ଟିଫିନ୍‌ ବୋମା ଗୁଡିକୁ ନିଷ୍କ୍ର୍ରିୟ କରାଯାଇଥିବା ସୁଚନା ଦେଇଛନ୍ତି କନ୍ଧମାଳ ଏସ୍‌‌ପି ପ୍ରତିକ୍ ସିଂ ।